Home Top News କ୍ୟାମେରାମ୍ୟାନ୍ ମାନସ ହତ୍ୟା ଘଟଣା, ୪୯ ଦିନ ପରେ ଧରାପଡିଲେ ଶର୍ମିଷ୍ଠା ଓ ଝୁନୁ, ଶବ...

କ୍ୟାମେରାମ୍ୟାନ୍ ମାନସ ହତ୍ୟା ଘଟଣା, ୪୯ ଦିନ ପରେ ଧରାପଡିଲେ ଶର୍ମିଷ୍ଠା ଓ ଝୁନୁ, ଶବ ବ୍ୟବଛେଦ ରିପୋର୍ଟରେ ହୃଦ୍‌ଘାତରେ ମୃତ୍ୟୁ!

42

– ପୁଅର ମୁତ୍ୟୁ ପାଇଁ ପୋଲିସକୁ ଦାୟୀକଲେ ପରିବାର

ନୟାଗଡ଼ ୨୮/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ସହ ହତ୍ୟାକାଣ୍ଡ ର ୪୯ ଦିନପରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନୁ ଭୋଇ। ଏଥି ପୁର୍ବରୁ ଭାଗ୍ୟଧର ନାୟକ, ବିବେକ ନାୟକ, କୃଷ୍ଣଚନ୍ଦ୍ର ନାୟକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ, ରଞ୍ଜନ ନାୟକ ଓ ଶର୍ମିଷ୍ଠାର ଭାଇ ପରମେଶ୍ୱର ରାଉତ ଗିରଫ ହୋଇ ଜେଲ ହାଜତରେ ଥିବା ଜଣାପଡିଛି। ଅଭିଯୁକ୍ତା ଶର୍ମିଷ୍ଠା ଓ ଝୁନୁ ପୋଲିସକୁ ଚକମା ଦେଖାଇ ଘୁରି ବୁଲୁଥିଲେ। ଓଡିଶା ପୋଲିସ ଓ ପୋଲିସର ଅପରାଧିକ ନିୟନ୍ତ୍ରଣ ଶାଖା ଉପ ଅଧିକ୍ଷକ କଳ୍ପନା ସାହୁଙ୍କ ମିଳିତ ଦଳ ଭଦ୍ରକ ଜିଲ୍ଲା ତିହିଡି ଥାନା ନଳାଙ୍ଗ ଛକରୁ ଏକ ବସ୍ ଭିତରୁ ଗିରଫ କରାଯାଇଥିବା ପୋଲିସ ତରଫରୁ ସୂଚନା ଦିଆ ଯାଉଛି। କିନ୍ତୁ ବିଶ୍ୱସ୍ତ ସୂତ୍ରର ଖବର ଅନୁଯାଇ ସେହି ଅଂଚଳର ଏକ ଗଣ ମାଧ୍ୟମ ପ୍ରତିନିଧିଙ୍କ ଘରେ ଶର୍ମିଷ୍ଠା ରାଉତ ଓ ଝୁନୁ ଭୋଇ ଲୁଚି ରହିଥିଲେ। ଫେବୃୟାରୀ ୭ ତାରିଖରେ ମାନସକୁ ଅପହରଣ କରାଯାଇଥିବା ବେଳେ ଫେବୃୟାରୀ ୧୩ ତାରିଖରେ ପରିବାର ଲୋକେ ଷ୍ଟୁଡିଓ ମାଲିକ ଠାରୁ ଖବର ପାଇ ଫେବୃୟାରୀ ୧୪ ତାରିଖରେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହଦିନ ଠାରୁ ଚାନ୍ଦବାଲି ଥାନା ପୋଲିସ ଅବହେଳା ପ୍ରଦର୍ଶନ କରି ଆସୁଥିଲେ।

ମାନସର ମୃତ୍ୟୁ ପାଇଁ ପୋଲିସର ଅବହେଳାକୁ ଦାୟୀ କରିଛନ୍ତି ମାନସର ସ୍ତ୍ରୀ ଯମୁନା ସ୍ୱାଇଁ – ମାନସର ମୃତ୍ୟୁ ହୃଦ୍‌ଘାତ ଜନିତ

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମାନସର ଶବ ବ୍ୟବଛେଦ ରିପୋର୍ଟରେ ହୃଦ୍‌ଘାତ ଜନିତ ମୁତ୍ୟୁ ହୋଇଥିବା ଜଣାପଡିଛି। ମାନସ ଦେହରେ ଆଘାତର ଚିହ୍ନ ମଧ୍ୟ ଉଲ୍ଲେଖ ରହିଛି। ମୃତ୍ୟୁ ବେଳକୁ ମାନସର ପାକସ୍ଥଳୀରେ ଖାଦ୍ୟ ନଥିଲା। ଦୟାଲ ଆଶ୍ରମର ତତ୍ୱାବଧାରିକାଙ୍କ ବୟାନ ଅନୁଯାଇ ମାନସକୁ ନିର୍ଯ୍ୟାତନା ଦେଇ ହତ୍ୟା କରାଯାଇଥିବା ଘର ସଫା କରିବା ବେଳେ ୨ ଦିନ ଧରି ମାନସକୁ ଦିଆଯାଇଥିବା ଖାଦ୍ୟ ସେ ଖାଇନଥିଲା। ମାନସ ହତ୍ୟାକାଣ୍ଡ ପଛରେ ମେମୋରି ଚିପସ୍ ନା ମାନସର ସହଯୋଗୀ କ୍ୟାମେରାମ୍ୟାନ୍ ଦପକ ସେଠୀ ର କହିବା ଅନୁଯାଇ ସମୁଦ୍ର କୂଳରେ ହୋଇଥିବା ଭିଡିଓ ସୁଟିଂ ଡିଲିଟ୍ ହେବା କାରଣ। ଅନୁସନ୍ଧାନ ପରେ ହିଁ ଜଣାପଡିବ।

ମୃତ ମାନସର ସ୍ତ୍ରୀ ଅଧିକ ତଦନ୍ତ ପାଇଁ ସି ବି ଆଇ ତଦନ୍ତ ଦାବି କରୁଥିବା ବେଳେ ଚଳିତ ବିଧାନ ସଭାର ଶୂନ୍ୟ କାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ସି ବି ଆଇ ତଦନ୍ତ ଦାବି କରିଛନ୍ତି। ମାନସ ଶବ ପୋତା ଯାଇଥିବା ସ୍ଥଳ ଖୋଳିବା ପାଇଁ ବିନିଯୁକ୍ତ ମେସିନ୍ ଏ ପର୍ଯ୍ୟନ୍ତ ଧରାପଡିନାହିଁ। ମୃତ ମାନସଙ୍କ ପରିବାର ୨ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିବା ସହ ଶର୍ମିଷ୍ଠାଙ୍କ ଶାଶୁ ଶାନ୍ତିଲତା ବଳ ଜଣେ ବିଧାୟକଙ୍କ ଶର୍ମିଷ୍ଠା ସହ ସର୍ମ୍ପକ ଥିବା କଥା ମଧ୍ୟ କହିଛନ୍ତି। ନିରପେକ୍ଷ ସିବିଆଇ ତଦନ୍ତ ପାଇଁ ମାନସର ସ୍ତ୍ରୀ ଯମୁନା ସ୍ୱାଇଁ ଓଡିଶା ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.