Home Top News କ୍ୟାବିନେଟ ବୈଠକରେ ନିଷ୍ପତ୍ତି : ବଢ଼ିଲା ଚାକିରି କରିବା ପାଇଁ ବୟସ ସୀମା : ୩୮,...

କ୍ୟାବିନେଟ ବୈଠକରେ ନିଷ୍ପତ୍ତି : ବଢ଼ିଲା ଚାକିରି କରିବା ପାଇଁ ବୟସ ସୀମା : ୩୮, ୪୩, ୪୮ ତଥା ୫୩ ବର୍ଷ ପର୍ଯ୍ୟନ୍ତ କରିପାରିବେ ଆବେଦନ

114

ଭୁବନେଶ୍ୱର ୧୦-୧ (ଓଡ଼ିଆ ପୁଅ) ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ। ତେବେ ଏହି ବୈଠକ ପରେ ସରକାରୀ ଚାକିରି ଆଶା ରଖିଥିବା ଆଶାୟୀଙ୍କ ପାଇଁ ଖୁସି ଖବର ଆସିଛି। ରାଜ୍ୟରେ ସରକାରୀ ଚାକିରି କରିବା ପାଇଁ ବୟସ ସୀମାରେ ବୃଦ୍ଧି କରାଯାଇଛି। ଏଣିକି ୩୮ ବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରି ପାଇଁ ଆଶାୟୀ ଆବେଦନ କରିପାରିବେ। ଏତଦ୍ ବ୍ୟତୀତ ମହିଳା, ଦିବ୍ୟାଙ୍ଗ, ଏସସି, ଏସଟି, ଏସଇବିସି ଶ୍ରେଣୀଙ୍କ ପାଇଁ ମଧ୍ୟ ଅଧିକ ବୟସରେ କୋହଳ କରାଯାଇଛି। ପୂର୍ବରୁ ରାଜ୍ୟରେ ସରକାରୀ ଚାକିରି କରିବା ପାଇଁ ସର୍ବାଧିକ ବୟସ ସୀମା ୩୨ ଥିବାବେଳେ ଏବେ ଏହାକୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି। ଏବଂ ମହିଳା, ଦିବ୍ୟାଙ୍ଗ, ଏସସି, ଏସଟି, ଏସଇବିସି ଶ୍ରେଣୀଙ୍କ ପାଇଁ ମଧ୍ୟ ଅଧିକ ବୟସରେ କୋହଳ କରାଯାଇଛି। ଏହି ନିଷ୍ପତ୍ତି ଆଜିର କ୍ୟାବିନେଟ ବୈଠକରେ ନିଆଯାଇଛି।

ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ କ’ଣ?

ଓଡ଼ିଶା ବେସାମରିକ ସେବା (ଉଚ୍ଚ ବୟସ ସୀମା ସ୍ଥିରୀକରଣ) ନିୟମ ୧୯୮୯ ରେ ଆଜି କ୍ୟାବିନେଟ ବୈଠକରେ ସଂଶୋଧନକୁ ମିଳିଛି ମଞ୍ଜୁରୀ – ଜାଣନ୍ତୁ ନିୟମ
୧. ରାଜ୍ୟ ସରକାରୀ ପଦବୀ ଓ ସେବାରେ ପ୍ରବେଶ ପାଇଁ ଉଚ୍ଚ ବୟସ ସୀମା, ଓଡ଼ିଶା
ବେସାମରିକ ସେବା (ଉଚ୍ଚ ବୟସ ସୀମା ସ୍ଥିରୀକରଣ) ନିୟମ ୧୯୮୯ ର ବ୍ୟବସ୍ଥା । ଅନୁଯାୟୀ ପରିଚାଳିତ ହୋଇଥାଏ ।
୨. ଏହି ନିୟମାବଳୀ ର ନିୟମ ୨ ଅନୁଯାୟୀ, ସରକାରୀ ପଦପଦବୀ ଓ ସେବାରେ ପ୍ରବେଶ
ପାଇଁ ଉଚ୍ଚ ବୟସ ସୀମା ୩୨ ବର୍ଷ ଅଟେ । ଅଧୂକନ୍ତୁ ଅନୁସୂଚିତ ଜନଜାତି/ଅନୁସୂଚିତ ଜାତି/ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗା/ମହିଳା ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ମାନଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ଉଚ୍ଚ ବୟସ ସୀମା କୋହଳ କରାଯିବାର ବ୍ୟବସ୍ଥା ରହିଅଛି।
୩. ବିଭିନ୍ନ କାରଣରୁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଥିବା ଏବଂ ତତଦାର ପରବର୍ତ୍ତୀ ନିଯୁକ୍ତିରେ ବିଳମ୍ବ ହେବା ଯୋଗୁଁ ଆବେଦନକାରୀଙ୍କ ଉଚ୍ଚ ବୟସସୀମା ଶେଷ ହୋଇଯାଉଛି ଏବଂ ସେମାନେ ନିଯୁକ୍ତି ପରୀକ୍ଷାରେ ଭାଗ ନେବାକୁ ପର୍ଯ୍ୟାପ୍ତ ସୁଯୋଗ ପାଉ ନ ଥିବାର ସରକାରଙ୍କ ନଜରକୁ ଆସିଛି।
୪. ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି, ସରକାର କେବଳ ତିନି ନିଯୁକ୍ତି କ୍ୟାଲେଣ୍ଡର ବର୍ଷରେ
ଅର୍ଥାତ୍ ୨୦୨୧, ୨୦୨୨ ଏବଂ ୨୦୨୩ ରେ ଜାରି ହୋଇଥିବା/ ଜାରି ହେବାକୁ ଥିବା ବିଜ୍ଞାପନ ନିମନ୍ତେ ସରକାର ପଦବୀ ଓ ସେବାରେ ପ୍ରବେଶ ପାଇଁ ଉଚ୍ଚ ବୟସ ସୀମା ୩୨ ବର୍ଷରୁ ୩୮ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହା ଅନୁସୂଚିତ ଜନଜାତି/ଅନୁସୂଚିତ ଜାତି/ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗା/ମହିଳା ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ମାନଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ଉଚ୍ଚ ବୟସ ସୀମା ନିମ୍ନ ପ୍ରକାରେ କୋହଳ ହେବ।

ବର୍ଗ ଉଚ୍ଚ ବୟସ ସୀମା
ST/SC/SEBC ୪୩ ବର୍ଷ (୩୮+୫)
Women of all categories ୪୩ ବର୍ଷ (୩୮+୫)
General PwD candidates ୪୮ ବର୍ଷ (୩୮+୧୦)
ST/SC/SEBC PwD candidates ୫୩ ବର୍ଷ (୩୮+୧୦+୫) (including women candidates)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.