Home କେନ୍ଦୁଝର କ୍ୟାନସର ପିଡିତ ବାଳକକୁ ସହଯୋଗ କରି ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପାଳିଲା ତାର ପ୍ରତିଷ୍ଠା ଦିବସ

କ୍ୟାନସର ପିଡିତ ବାଳକକୁ ସହଯୋଗ କରି ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପାଳିଲା ତାର ପ୍ରତିଷ୍ଠା ଦିବସ

32

ହାଟଡ଼ିହି, ୨/୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ଜୟଦୁର୍ଗା ଫାଉଣ୍ଡେସନ ତାର ପ୍ରଥମ ପ୍ରତିଷ୍ଠା ଦିବସକୁ ଏକ ନିଆରା ଢ଼ଙ୍ଗରେ ପାଳନ କରିଛି । ଜଣେ ରକ୍ତ କର୍କଟ ରୋଗରେ ପିଡିତ ବାଳକ ଦ୍ୱାରା କେକ କାଟି ଏହି ଉତ୍ସବକୁ ପାଳନ କରିଛି । ଟ୍ରଷ୍ଟ ତରଫରୁ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ବିରୋଳି ଗ୍ରାମର ମାନସ ଜେନା ଓ ସୁଜାତା ଜେନାଙ୍କ ଏକମାତ୍ର ପୁତ୍ର ରକ୍ତ କର୍କଟ ରୋଗରେ ପିଡିତ ଆଶିଷ ଜେନାଙ୍କ ସହିତ ପ୍ରତିଷ୍ଠା ଦିବସକୁ ପାଳନ କରିଛି । ଉକ୍ତ ଶିଶୁ ଦ୍ୱାରା କେକ କାଟି ତା ମୁହଁରେ ହସ ଫୁଟାଇବା ଟ୍ରଷ୍ଟର ଲକ୍ଷ । ତା ସହିତ ଶିଶୁର ପରିବାରକୁ ରାସନ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଟ୍ରଷ୍ଟ ତରଫରୁ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ସଭାପତି ଉମାକାନ୍ତ ରାଉତ, ଜ୍ୟୋତିପ୍ରକାଶ ନାୟକ, ତ୍ରୀନାଥ ରଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.