Home ଜିଲ୍ଲା ପରିକ୍ରମା କ୍ଷେତ ମୂଲିଆ ଓ କୃଷକ ସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କ୍ଷେତ ମୂଲିଆ ଓ କୃଷକ ସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

99

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଓଡ଼ିଶା କ୍ଷେତ ମୂଲିଆ ୟୁନିୟନ ଓ କୃଷକ ସଭା ପକ୍ଷରୁ ଜିଲା କୃଷକ ନେତା ଚନ୍ଦ୍ରଶେଖର ନାୟକଙ୍କ ନେତୃତ୍ୱରେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମୂଲିଆଙ୍କୁ ବର୍ଷକୁ ୩ ଶହ ଦିନ କାମ ଓ ଦିନକୁ ୩ ଶହ ଟଙ୍କା ମଜୁରୀ, ସମସ୍ତ ରାସନ୍ କାର୍ଡ ନଥିବା ଲୋକଙ୍କୁ ମାସକୁ ମାଗଣାରେ ୧୦ କିଗ୍ରା ଚାଉଳ ଓ ୭ ହଜାର ୫ ଶହ ଟଙ୍କା ପ୍ରଦାନ, କୃଷି ଋଣ ଛାଡ, ମଣ୍ଡି ଜରିଆରେ ଚାଷୀଙ୍କ ଠାରୁ ଧାନ ସରକାରୀ ସହାୟତା ମୂଲ୍ୟରେ କ୍ରୟ କରିବା, ସହରାଞ୍ଚଳରେ ମହାତ୍ମାଗାନ୍ଧି ରୋଜଗାର ଯୋଜନା କାର୍ଯ୍ୟକାରୀ କରି ବେକାର ଯୁବକ ଯୁବତୀଙ୍କୁ କାମ ଦେବା ଭଳି ଦାବିରେ ଶ୍ରୀ ନାୟକଙ୍କ ନେତୃତ୍ୱରେ ନିରଂଜନ ପାଣି, ଅଭିରାମ ବଳ, ରାଧାଶ୍ୟାମ ନାୟକ, ମୋହନ ବାରିକ, ରାଧା ଦାସ, ସେକ୍ କମର, ଅବଦୁଲ ରୌପ୍‌, ଶରତ ମାଝୀ, ସେକ୍ ବସୁ ପ୍ରମୁଖ ଏକ ଶୋଭାଯାତ୍ରାରେ ଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପରୋକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ବିକ୍ଷୋଭ ଜନିତ ପ୍ରତିବାଦ ସଭାରେ ଶ୍ରମିକ ନେତା ଦବ୍ୟିସିଂହ ନାୟକ, ନିରଂଜନ ପାଣି ଓ ଚନ୍ଦ୍ରଶେଖର ନାୟକ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାର କରୋନାରେ କ୍ଷତିଗ୍ରସ୍ତ ମୂଲିଆ ଓ ଚାଷୀଙ୍କୁ ଅବହେଳା କରୁଥିବାରୁ ଚାଷୀ ଓ ମୂଲିଆ ମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ବୋଲି କହିବା ସହ ୨୦ ଲକ୍ଷ କୋଟି ଟଙ୍କା ବଜେଟ୍ ଆଗତ ହୋଇଥିଲେ ହେଁ ମୂଲିଆ ଓ ଚାଷୀଙ୍କୁ ଅବହେଳା କରାଯାଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.