Home ଜିଲ୍ଲା ପରିକ୍ରମା କ୍ଷେତ୍ରବାସୀ ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଂଟ, ଉଦଯାପନୀ ଉତ୍ସବରେ ଇଉଏଲ୍ ଆସୋସିଏସନ୍ କେନ୍ଦ୍ରାପଡ଼ା ବିଜୟୀ

କ୍ଷେତ୍ରବାସୀ ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଂଟ, ଉଦଯାପନୀ ଉତ୍ସବରେ ଇଉଏଲ୍ ଆସୋସିଏସନ୍ କେନ୍ଦ୍ରାପଡ଼ା ବିଜୟୀ

6

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଏନଏସି ଅନ୍ତର୍ଗତ ଜୟନଗର ପଡ଼ିଆରେ ଆୟୋଜିତ ଦୁଇଦିନିଆ କ୍ଷେତ୍ରବାସୀ ମେମୋରିଆଲ ଫୁଟୁବଲ ଟୁର୍ଣ୍ଣାମେଂଟ ର ଉଦଯାପନୀ ଉତ୍ସବ ରବିବାର ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଟୁର୍ଣ୍ଣାମେଂଟର ଶେଷ ଦିନରେ ମୋଟ ୪ ଟି ଦଳ ଅଂଶଗ୍ରହଣ କରିଥିଲେ। ଖେଳ ଆରମ୍ଭ ପୂର୍ବରୁ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଡ଼ା, ପ୍ରଭାକର ସ୍ୱାଇଁ, ବୈଷ୍ଠବ ପରିଡା, ସିତକାନ୍ତ ଜେନା, ସାମ୍ବାଦିକ ପ୍ରମୋଦ ସ୍ୱାଇଁ, ଧାମନଗର ପ୍ରେସ୍ କ୍ଲବ ସମ୍ପାଦକ ସାରୋଜ ସେଠୀ, ସାମ୍ବାଦିକ କୃଷ୍ଣ ଜେନା, ସିଶିର ସ୍ୱାଇଁ, ସୁଧାକର ଦାଶ, ସଂଜୀବ ମହାନ୍ତି, ଡାକ୍ତର ଏମ୍‌.ଡି. ଫୟାଜ ଅହେମଦ ଓ ଏମ୍‌.ଡି. ଫରିଉଲା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଟୁର୍ଣ୍ଣାମେଂଟରେ ମହାବୀର କ୍ଲବ ଭଦ୍ରକ, ୟଙ୍ଗଷ୍ଟାର ବରି, ଡିଆଇଏସଏସ୍ ଜାରକା ଓ କେନ୍ଦ୍ରାପଡ଼ାର ଇଉଏଲ୍ କ୍ରିକେଟ୍ କ୍ଲବ ମଧ୍ୟରେ ଖେଳ ମୁକାବିଲା ହୋଇଥିଲା। ଶେଷରେ ମହାବୀର କ୍ଲବ ଭଦ୍ରକ ଓ ଇଉଏଲ୍ କ୍ରିକେଟ୍ କ୍ଲବ କେନ୍ଦ୍ରାପଡ଼ା ମଧ୍ୟରେ ଖେଳ ହୋଇଥିବା ଫାଇନାଲ୍ ମ୍ୟାଚ୍ ବହୁତ ଉତ୍ସାହଜନକ ରହିଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୫-୫ ଗୋଲ୍ କରି ଡ୍ର ରହିଥିଲେ। ପରେ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ୨-୦ ଗୋଲ୍‌ରେ ଇଉଏଲ୍ କ୍ରିକେଟ୍ କ୍ଲବ କେନ୍ଦ୍ରାପଡ଼ା ବିଜୟ ଲାଭ କରିଥିଲା। ଉଦଯାପନୀ ଉତ୍ସବରେ ଅତିଥିମାନଙ୍କ ଦ୍ୱାରା ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ବରିଷ୍ଟ ନାଗରିକ ଓ ଖେଳାଳି ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇ ଥିଲା। ଅନନ୍ତ କେଶରୀ ଯୁବକ ସଂଘର ସମସ୍ତ ସଦସ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପ୍ରଶାନ୍ତ ପରିଡ଼ା ସମସ୍ତ ଅତିଥି, ଖେଳାଳି ଓ ସହଯୋଗୀଙ୍କୁ କୃତଜ୍ଞତା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.