Home କେନ୍ଦୁଝର କ୍ଷେତୁଆଳି ମାଇନର କେନାଲ ପାଣି ଜମିକୁ ମାଡୁନି, ଚାଷୀ ମହଲରେ ଅସନ୍ତୋଷ

କ୍ଷେତୁଆଳି ମାଇନର କେନାଲ ପାଣି ଜମିକୁ ମାଡୁନି, ଚାଷୀ ମହଲରେ ଅସନ୍ତୋଷ

21

ହାଟଡିହି-୨୯/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ବର୍ଷା ନଥିବାରୁ ଚାଷୀମାନେ ପାଣିଟୋପାଏ ପାଇଁ ଚାହିଁ ବସିଥିବାବେଳେ ଜଳସମ୍ପଦ ବିଭାଗ କେନାଲ ମାଧ୍ୟମରେ ପାଣି ଛାଡିଥିଲେବି ପାଣି ଚାଷ ଜମିକୁ ନଯାଇ ନଦୀକୁ ପଳାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଅଭିଯୋଗ ଅନୁଯାଇ ହାଟଡିହି ବ୍ଲକର କ୍ଷେତୁଆଳି, ଓରାଳି, ଇଞ୍ଚୋଳ, ନନ୍ଦିପଦା, ମୁଦୁଲିପଦା ଆଦି ଗ୍ରାମର ଲୋକମାନେ କ୍ଷେତୁଆଳି ମାଇନର କେନାଲ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଚଳିତବର୍ଷ ଆଜି ପର୍ଯ୍ୟନ୍ତ ଭଲ ବର୍ଷା ହୋଇ ନଥିବାରୁ କେନାଲ ପାଣି ଉପରେ ଚାଷୀମାନେ ସମ୍ପୁର୍ଣ୍ଣ ନିର୍ଭରଶୀଳ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି କେନାଲରେ ପାଣି ଟୋପାଏ ଯାଇପାରି ନାହିଁ । କେନାଲରେ ଯେଉଁ ପାଣି ଯାଉଛି ତାହା ଆର.ଡି ୧୫୦୦ନିକଟରେ କେନାଲର ସିଡି ଭାଙ୍ଗି ପଡିଥିବାରୁ ସବୁ ପାଣିତକ ରେବ ନଦୀକୁ ପଳାଉଥିବାରୁ ତଳମୁଣ୍ଡର ଥିବା ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଚାଷୀମାନେ ଆଜି ପର୍ଯ୍ୟନ୍ତ ଧାନତଳି ମଧ୍ୟ ପକାଇ ପାରି ନାହାନ୍ତି । ଏନେଇ ଚାଷୀମାନେ ବାରମ୍ବାର ଅଭିଯୋଗ କରିଥିଲେବି କିଛି ସୁଫଳ ମିଳିନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଜଳସମ୍ପଦ ବିଭାଗ ଠିକ ଭାବେ ଜଳସେଚନ କରାଯାଉଛି କହି ଡିଣ୍ଡିମ ପିଟୁଥିବାବେଳେ ଆଜି ପର୍ଯ୍ୟନ୍ତ ଏହି କେନାଲକୁ ମରାମତି କରି ପାଣି ଯୋଗାଇବାରେ ବିଫଳ ହୋଇଛି ବୋଲି ହଳଧର ନାୟକ, ସୁବାସ ଚନ୍ଦ୍ର ବେହେରା, ରାମ ସେନାପତି, ଗିରୀଧାଣୀ ବେହେରା, ଗଙ୍ଗାଧର ବେହେରା, ପ୍ରଶାନ୍ତ ନାୟକ, ଭୀମସେନ ସେନାପତି, ଜଗନ୍ନାଥ ପଢ଼ିଆରୀ, ହରିହର ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି । ଜଳସମ୍ପଦ ବିଭାଗର ନିର୍ବାହୀଯନ୍ତ୍ରୀ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.