Home କେନ୍ଦୁଝର କ୍ଷେତୁଆଳିରେ ବିଜେପିର ମିଶ୍ରଣପର୍ବ

କ୍ଷେତୁଆଳିରେ ବିଜେପିର ମିଶ୍ରଣପର୍ବ

34

ହାଟଡିହି, ୧୦ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ହାଟଡିହି ବ୍ଲକ ଓରାଳି ପଞ୍ଚାୟତର କ୍ଷେତୁଆଳି ଗ୍ରାମରେ ବିଜେପି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓରାଳି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଦେଢ଼ଶହରୁ ଉର୍ଦ୍ଧ ଲୋକ ଭିନ୍ନ ଭିନ୍ନ ଦଳଛାଡି ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ବିକାଶ କାର‌୍ୟ୍ୟକୁ ଭରଷାକରି ଆଲୋକ ସେଠୀଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ଏମାନେ ବିଜେପିରେ ସାମିଲ ହୋଇଥବବା ପ୍ରକାଶ କରିଛନ୍ତି । ଏହି କାର‌୍ୟ୍ୟକ୍ରମରେ ବିଜେପିନେତା ଆଲୋକ ସେଠୀଙ୍କ ସମେତ ରାମଚନ୍ଦ୍ର ସାହୁ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ମଧୁସୁଦନ ରାଉତ, ହରମୋହନ ଶାସିନି, ଦୟାନିଧି ଜେନା, ପର୍ଶୁରାମ ଜେନା, ହେମନ୍ତ ପେରେଇ ପ୍ରମୁଖ ଯୋଗଦେଇ ବିଜେପିର ବିକାଶନ୍ମୋଖି କାର‌୍ୟ୍ୟକ୍ରମ ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ । ସତ୍ୟଜିତ ପଣ୍ଡା, ମନୋଜ ବେହେରା, ନାରଣ ଜେନା, ରମେଶ ଜେନା, ବୁଜୁ ଜେନା ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ବଳରାମ ଘଡେଇ, ଉମାକାନ୍ତ ଜେନା, ପର୍ଶୁରାମ ବେହେରାଙ୍କ ନେତୃତ୍ୱରେ ଦେଢ଼ଶହରୁ ଉର୍ଦ୍ଧ ଲୋକ ବିଜେପିରେ ସାମିଲ ହୋଇଥିଲେ । ଦଳୀୟ ନେତୃବୃନ୍ଧ ସେମାନଙ୍କୁ ଟୋପି, ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.