Home ଜିଲ୍ଲା ପରିକ୍ରମା କ୍ରୀଡା ଶିକ୍ଷାର ଏକ ବିଶେଷ ଅଙ୍ଗ, ୧୪ ଜଣ ଜାତୀୟ କ୍ରୀଡାବିତ୍‌ଙ୍କୁ ସମ୍ବର୍ଦ୍ଧନା

କ୍ରୀଡା ଶିକ୍ଷାର ଏକ ବିଶେଷ ଅଙ୍ଗ, ୧୪ ଜଣ ଜାତୀୟ କ୍ରୀଡାବିତ୍‌ଙ୍କୁ ସମ୍ବର୍ଦ୍ଧନା

10

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରାଚୀନ କାଳରୁ କ୍ରୀଡା କୌଶଳର ବ୍ୟବସ୍ଥା ରହିଆସିଛି। କ୍ରୀଡା ଆମ ଜୀବନକୁ ସମୃଦ୍ଧ କରିଥାଏ। ଭଲ ଖେଳାଳୀ ଦେଶର ଗର୍ବ ଓ ଗୌରବ। କ୍ରୀଡା ମାନବ ସଭ୍ୟତାର ଏକ ଅତ୍ୟାବଶ୍ୟକୀୟ ଅଂଶ। ଶାରୀରିକ ସୁସ୍ଥତା ମନୋରଞ୍ଜନରେ କ୍ରୀଡାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଛାତ୍ର ଜୀବନରେ କ୍ରୀଡା ଆହୁରି ଅଧିକ ଗୁରୁତ୍ୱ ବହନ କରିଥାଏ। ଛାତ୍ରର ବ୍ୟକ୍ତିତ୍ୱ ଓ ଚରିତ୍ରର ସାମଗ୍ରିକ ବିକାଶରେ ଏହାର ଅବଦାନ ରଖେ। କ୍ରୀଡା ଶିକ୍ଷାର ଏକ ବିଶେଷ ଅଙ୍ଗ। ଏଥିପାଇଁ କ୍ରୀଡାର ବିକାଶକୁ ଗୁରୁତ୍ୱ ଦେଉଛନ୍ତି ସରକାର। କ୍ରୀଡାର ବିକାଶ ନିମନ୍ତେ ବିପୁଳ ଅର୍ଥ ବ୍ୟୟ କରାଯାଉଛି। ଏହି ସନ୍ତୁଳିତ ଶିକ୍ଷାରେ ଶିକ୍ଷା ଓ କ୍ରୀଡା ଉଭୟ ଅନ୍ତର୍ଭୁକ୍ତ। କାରଣ ଉଭୟ ଜଣେ ବ୍ୟକ୍ତିତ୍ୱ ସଂପୂର୍ଣ୍ଣ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି ଭଦ୍ରକ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି। ଜିଲାପାଳ ଶ୍ରୀ ରାଉତରାଏ ଜାତୀୟ କ୍ରୀଡା ଉତ୍ସବରେ ଶପଥ ପାଠ କରି ଜିଲ୍ଲାର ୧୪ ଜଣ ଜାତୀୟ ସ୍ତରର ମନୋନିତ ହୋଇଥିବା ପୁଅ ଓ ଝିଅ କ୍ରୀଡାବିତ୍ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅତିରିକ୍ତ ଉପଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡା ଅଧୂକାରୀ ଶ୍ୟାମଳ ରାୟ , ଓ ଏସ୍ ଡି ରମେଶ ମହାନ୍ତି, ଜିଲ୍ଲା ଏଥେଲେଟିକ ଆସୋସିଏସନ ର ଯୁଗ୍ମ ସମ୍ପାଦକ ଅତିଶ ବେହେରା ପ୍ରମୁଖ ଯୋଗ ଦେଇ କ୍ରୀଡାର ଭିତି ଭୂମି ବିକାଶ ହେବା, ହକି ଯାଦୁକର ମେଜର ଧ୍ୟାନ ଚାନ୍ଦ ଙ୍କ କ୍ରୀଡା ପ୍ରତି ନିଷ୍ଠା ଆଦର୍ଶକୁ ମନେପକାଇ ଅନୁର୍ନିହିତ କ୍ରୀଡା ପ୍ରତିଭାକୁ ଜାଗ୍ରତ କରିବା, କ୍ରୀଡା ବିତ୍ ଓ ପ୍ରତିଭା ମାନଙ୍କୁ ରାଜ୍ୟ ଏବଂ ଜାତୀୟ ଆନ୍ତର୍ଜାତୀୟ ଶୀର୍ଷ ରେ ପହଂଚିବା ପାଇଁ ସମସ୍ତେ ଉଦ୍ୟମ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏଥିରେ ଶତାଧୂକ କ୍ରୀଡାବିତ୍ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.