Home କେନ୍ଦ୍ରାପଡ଼ା କ୍ରୀଡାବିତ ସୁକାନ୍ତ ଚୌଧୁରୀଙ୍କ ପରଲୋକ

କ୍ରୀଡାବିତ ସୁକାନ୍ତ ଚୌଧୁରୀଙ୍କ ପରଲୋକ

74

କେନ୍ଦ୍ରାପଡା ୩୦/(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଶ୍ରବଣ ଓ ବାକ ଶକ୍ତି ବାଧିତ ରାଜ୍ୟ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଖ୍ୟାତନାମା ପାରା କ୍ରୀଡାବିତ ସୁକାନ୍ତ ଚୈାଧୁରୀଙ୍କ ଗତ ଶନିବାର ସନ୍ଧ୍ୟାରେ ମାଧପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ଜନ୍ମରୁ ଭିନ୍ନକ୍ଷମ ଥାଇ ନିଜର ଅଦମ୍ୟ ଇଛାଶକ୍ତି ବଳରେ ସେ ନିଜକୁ ଜଣେ ସଫଳ କ୍ରୀଡାବିତ ରୂପେ ପ୍ରମାଣିତ କରିପାରିଥିଲେ। ଉଭୟ ରାଜ୍ୟ ତଥା ଜାତୀୟ ସ୍ତରର ଆଥଲେଟ ପ୍ରତିଯୋଗୀତାରେ ନିଜର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୈାରବ ଆଣିଦେଇଥିଲେ ସୂର୍ଗତ ସୁକାନ୍ତ। ଏଭଳି ଉଲ୍ଲେଖନୀୟ ଅବଦାନ ପାଇଁ ୧୯୮୧ ମସିହାରେ ଭାରତର ତତକାଳୀନ ରାଷ୍ଟ୍ରପତି ନୀଲମ ସଞ୍ଜୀବ ରେଡିଙ୍କ ଠାରୁ ରାଷ୍ଟ୍ରପତି ପଦକ ପ୍ରାପ୍ତ ହୋଇଥିଲେ। ଏହାଛଡା ୧୯୯୩ମସିହାରେ ରାଜ୍ୟପାଳଙ୍କ ଠାରୁ ଭାରତୀୟ ରେଡକ୍ରସ ପୁରସ୍କାର ଓ ଅନ୍ୟାନ୍ୟ ଅନେକ ସମ୍ମାନର ଅଧିକାରୀ ହୋଇପାରିଥିଲେ ସୁକାନ୍ତ। ପାରାଦୀପ ପୋର୍ଟ କାର୍ଯ୍ୟାଳୟର ସୁପରିନଟେଣ୍ଡେଟ ପଦରୁ ଅବସର ନେବା ପରେ ସେ ନିଜର ମାଧପୁରସ୍ଥିତ ବାସଭବନରେ ଅବସ୍ଥାନ କରୁଥିଲେ। ଅବସର ପରେ ପୁନର୍ବାସ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ଭାବେ ରହି ସେ ଭିନ୍ନକ୍ଷମମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖିଥିଲେ। ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ବୃନ୍ଦାବନ ଚୈାଧୁରୀଙ୍କ ସେ ଜ୍ୟେଷ୍ଠପୁତ୍ର ତଥା ଦିବଗଂତ ରୋଟାରିଆନ ସଞ୍ଜୀବ ଚୈାଧୁରୀଙ୍କ ସେ ଜ୍ୟେଷ୍ଠ ଭ୍ରାତା ଥିଲେ।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.