Home Top News କ୍ରାଇମବ୍ରାଞ୍ଚର ରିମାଣ୍ଡ ଅବଧି ସରିଲା, ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ...

କ୍ରାଇମବ୍ରାଞ୍ଚର ରିମାଣ୍ଡ ଅବଧି ସରିଲା, ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଆଜି ଭଦ୍ରକ ଜେଲ୍ ହାଜତରେ

50

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରିମାଣ୍ଡ ଅବଧି ସରିବା ପରେ ଆଜି ବହୁ ଚର୍ଚ୍ଚିତ ନୟାଗଡ କ୍ୟାମେରାମେନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ଆଜି କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଇବା ପରେ ମାନ୍ୟବର ଏସ୍‌ଡିଜେଏମ୍ ସେମାନଙ୍କୁ ଭଦ୍ରକର ସ୍ୱତନ୍ତ୍ର ଉପକାରାଗାରକୁ ପଠାଇ ଦେଇଛି। ଏଠାରେ ସୂଚନାଯୋଗ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଆଜି ଏହି ୨ ଜଣଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରିଥିଲେ। ମାତ୍ର ଅଧିକ ରିମାଣ୍ଡ ପାଇଁ ଆବେଦନ କରିନଥିଲା କ୍ରାଇମବ୍ରାଞ୍ଚ। ଫଳରେ କ୍ରାଇମବ୍ରାଞ୍ଚଳ ଏ ଦୁଇଜଣ ଅଭିଯୁକ୍ତଙ୍କୁ ଆଣି ଆଜି ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ଛାଡି ଫେରିଯାଇଛି। ଏଠାରେ ସୂଚନାଯୋଗ୍ୟ ମାନସ ସ୍ୱାଇଁ ଭୁବନେଶ୍ୱରରୁ ମାର୍ଚ୍ଚ ୬ ତାରିଖରେ ବାହାରି ଚାନ୍ଦବାଲିର ଏକ ବିବାହ ପାର୍ଟିର ଭିଡିଓ ସୁଟ୍ କରିବାକୁ ଆସିଥିଲେ। ମାର୍ଚ୍ଚ ୭ ତାରିଖରେ ବିବାହ ପାର୍ଟି ସୁଟ୍ କରି ଫେରୁଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ କାର୍ ଯୋଗେ ଅପହରଣ କରିନେଇଥିଲେ। ମାର୍ଚ୍ଚ ୧୪ ତାରିଖରେ ଏ ଘଟଣା ସଂକ୍ରାନ୍ତରେ ମାନସ ସ୍ୱାଇଁଙ୍କ ପିତାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଅଭିଯୁକ୍ତମାନେ ମାନସକୁ ଭଦ୍ରକ ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱରସ୍ଥିତ ଦୟାଲ ଆଶ୍ରମରେ ରଖି ନିର୍ମମ ଭାବେ ମାଡମାରି ତାକୁ ହତ୍ୟା କରିଥିଲେ। ଏବଂ ପରେ ମାନସର ଶବକୁ ନୟାଗଡ ଜିଲା ରଣପୁରକୁ ନେଇ ଏକ ଚାଷ ବିଲରେ ପୋତିଦେଇଥିଲେ। ଏହି ଘଟଣାରେ ସଂପୃକ୍ତ ଥିବା ୮ ଜଣଙ୍କୁ ପୁଲିସ୍ ଗିରଫ କରି ଜେଲ୍ ହାଜତକୁ ପଠାଇ ଦେଇଥିଲା। ପରେ ଏହି ଘଟଣାକୁ କ୍ରାଇମବ୍ରାଞ୍ଚ ବୁଝୁଥିବାବେଳେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣଙ୍କୁ ୫ଦିନ ପାଇଁ ରିମାଣ୍ଡରେ ନେଇଥିଲା। ତେଣୁ ଅଧିକ ତଦନ୍ତ ଓ ହତ୍ୟାର ସଠିକ୍ କାରଣ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଗତ ୩ ତାରିଖ ଦିନ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନାଙ୍କୁ ୩ ଦିନ ରିମାଣ୍ଡରେ ନେଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.