Home ଓଡ଼ିଶା କ୍ରମାଗତ ଅବହେଳା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପ୍ରାଥମିକ ବି.ଏଡ୍‌. ଶିକ୍ଷକ ମହାସଂଘ

କ୍ରମାଗତ ଅବହେଳା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପ୍ରାଥମିକ ବି.ଏଡ୍‌. ଶିକ୍ଷକ ମହାସଂଘ

42

ଭୁବନେଶ୍ୱର, ୨୧ା୮ (ଓଡ଼ିଆ ପୁଅ) : ଓଡ଼ିଶା ପ୍ରାଥମିକ ବି.ଏଡ୍ ଟିଚର୍ସ ଫେଡେରେସନ୍ (ଓଇବିଟିଏଫ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱରସ୍ଥ ଇନ୍ଦିରାଗାନ୍ଧୀ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅଜୟ କୁମାର ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କର୍ମକର୍ତ୍ତା ଉପସ୍ଥିତ ଥିଲେ। ରାଜ୍ୟର ଶିକ୍ଷା ଅଧିକାର ଅଧିନିୟମ ୨୦୧୦ ଲାଗୁ ହେବାର ଦୀର୍ଘ ୧୨ବର୍ଷ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିନାହାନ୍ତି ଯାହାକି ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ପ୍ରଧାନ ଅନ୍ତରାୟ ସାଜିଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଟି.ଜି. ଶିକ୍ଷକଭାବେ ବି.ଏଡ୍ ଡିଗ୍ରୀଧାରୀ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ମାତ୍ର ଦୀର୍ଘ ୬ ବର୍ଷ ପରେ ମାଟ୍ରିକ ସି.ଟି. ବେତନ ପ୍ରଦାନ କରାଯାଉଅଛି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଭାପତି ଅଜୟ କୁମାର ଧଳ ଅଭିଯୋଗ କରିଛନ୍ତି।

ନୂତନ ଶିକ୍ଷାନୀତିକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରିବା ସହିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷ୍ଟାପିଂ ପାଟର୍ଣ୍ଣ (ଯୋଗ୍ୟ ଶିକ୍ଷକ ମଣ୍ଡଳୀ) ସୃଷ୍ଟି କରିବା ସହିତ ବିଜ୍ଞାପନ ଆଧାରରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଟିଜିଟି ଶିକ୍ଷକମାନଙ୍କୁ ମୂଳଦରମା ଟ.୯୩୦୦/- ଓ ଗ୍ରେଡ୍ ପେ ଟ.୪୨୦୦/- ପ୍ରଦାନ କରିବା ସହ ୬ ବର୍ଷର ଠିକା ଚାକିରୀର ଅବଧିକୁ ସମ୍ପୂର୍ଣ୍ଣ ଚାକିରୀ କାଳରେ ମିଶାଇବା ପାଇଁ ସଂଘର ମହାସଚିବ ଉମେଶ ଚନ୍ଦ୍ର ନାୟକ ଦାବି କରିଛନ୍ତି। ପୁରୁଣା ପେନ୍‌ସନ୍ ଲାଗୁ କରିବା ଓ ବଦଳି ନୀତିରେ ସରଳୀକରଣ ପାଇଁ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଦେବେନ୍ଦ୍ର ନାୟକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦୀର୍ଘଦିନର ଦାବି ଗୁଡ଼ିକ ତୁରନ୍ତ ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ଫେଡେରେସନର କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ଦାସ, ସଂଗଠନର ସମ୍ପାଦକ କ୍ଷୀରୋଦ କୁମାର ସ୍ୱାଇଁ, ଉପସଭାପତି ଲଲାଟେନ୍ଦୁ ମହଲ, ମୁଖ୍ୟ ସଂଯୋଜକ ପ୍ରଦ୍ୟୁମ୍ନ ବାରିକ, ନିରଞ୍ଜନ ସାମଲ, କୋଷାଧ୍ୟକ୍ଷ ଅମୂଲ୍ୟ ଲେଙ୍କା, ଜିଲ୍ଲା ସଂଯୋଜକ ବସନ୍ତରାଜ ସାମଲ, ଗଙ୍ଗାଧର ସାହୁ, ନୀଳକଣ୍ଠ ସୁନା, ଶିଶିର ପାଢୀ, ଭବାନୀ ଶଙ୍କର ପ୍ରଧାନ, ପ୍ରଭାତ ନିହାଣ, ଅଶୋକ ସାହୁ, ବିଷ୍ଣୁ ବାନାର୍ଜୀ, ସୁନୀତା ନାୟକ, ପ୍ରଶାନ୍ତ ମହଲ, ସ୍ନେହରଂଜନ ମାଝି, ପ୍ରଶାନ୍ତ ବାରିକ, ଗୋଲକ ବିହାରୀ ନାୟକ, ଅମର ଜେନା, ରଂଜନ ରଣା, କାଳନ୍ଦି ଜେନା, ନିର୍ମଳ ନାୟକ, ରମଣୀ ରଂଜନ ନାୟକ, ଶରତ ମହାନ୍ତି, ସାଗରିକା ଦାସ, ଅମିତ୍ ମିଶ୍ର, ଗୋଲକ ବାଗ, ଧିରେନ୍ଦ୍ର ସାହୁ, ସୌଭାଗ୍ୟ ଦାସ, ମଦନ ସାହୁ, ତପନ ନାୟକ, ଭୀମସେନ୍ ପରିଡ଼ା, ସୁମନ ନାୟକ, ଅମୂଲ୍ୟ ସାହୁ, କିଶୋର ମେହେର, ଅଲେଖ ବିଶ୍ୱାଳ, ମନସ୍ୱିନୀ ରାଉତ, ସବିତା ପାଣିଗ୍ରାହୀ, ଅର୍ଚ୍ଚନା ଜେନା, ଦେବେନ୍ଦ୍ର ଆଚାର୍ଯ୍ୟ, ଅନାଦି ନାୟକ, ପ୍ରଭାସ ବେଉରା, ନୃସିଂହ ଚରଣ ସାହୁ, ପୁଷ୍ପା ମହାନ୍ତି, ପ୍ରମୁଖ ଯୋଗଦେଇ ଉକ୍ତ ଦାବିଗୁଡ଼ିକ ତୁରନ୍ତ ପୂରଣ ନହେଲେ ଆଗାମୀ ଦିନରେ ସଂଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇ ଚରମ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.