Home ଜିଲ୍ଲା ପରିକ୍ରମା କୌଶଲ୍ୟା ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା

କୌଶଲ୍ୟା ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା

5

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ବାଲୁଙ୍କେଶ୍ୱର ଆଂଚଳିକ ସାଧନ କେନ୍ଦ୍ର ଅଧିନସ୍ତ ରାମପୁର ପଂଚାୟତ କୌଶଲ୍ୟା ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସ୍ଥାନୀୟ ସରପଂଚ ଗିରିଧାରୀ ସାହୁ, ମୁଖ୍ୟବକ୍ତା ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିଗମାନନ୍ଦ ମିଶ୍ର, ସମ୍ମାନୀତ ଅତିଥି ପ୍ରାକ୍ତନ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ରାଉତ୍‌,ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ମଲ୍ଲିକ, ବିଦ୍ୟାଳୟର ପ୍ରତିଷ୍ଠାତାର ପିଢ଼ି ଦେବଦାସ ମହାନ୍ତି,ପ୍ରାକ୍ତନ ବିଆର୍ ସିସି ସୋମନାଥ ସୁତାର, ରାମଚନ୍ଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ସନାତନ ଦାସ, ବାଲୁକେଶ୍ୱର ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନିରୁଦ୍ଧ ମଙ୍ଗଳ, ପ୍ରାକ୍ତନ ସିଆରସିସି ସୁକାନ୍ତ କୁମାର ବେହେରା, ଏନ୍ ପି ଏସ ସଂଘର ସମ୍ପାଦକ ସତ୍ୟରଞ୍ଜନ ଦାସ, କୁଣ୍ଡୁଲା ଏସ ବି ଏନ୍ କେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶରତ କୁମାର ନାୟକ,ବିଦ୍ୟାଳୟ କମିଟି ସଭାପତି ବିଜେନ୍ଦ୍ର ବେହୂରିଆ ,ଶିକ୍ଷକ ପ୍ରକାଶ ଜେନା, ଶିକ୍ଷକ ଅଶୋକ କୁମାର ପହି ପ୍ରମୁଖ ଯୋଗଦେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ହେବା ଫଳରେ ପିଲାମାନଙ୍କ ମଧ୍ୟ୍ୟରେ ଉତ୍ସାହ ବୃଦ୍ଧିପାଇଥାଏ ବୋଲି କହିଥିଲେ। ପ୍ରାରମ୍ଭରେ ଅତିଥି ଜଗତର ନାଥ ଜଗନ୍ନାଥ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡାରେ ଉତୀର୍ଣ୍ଣ ଛାତ୍ର ଛାତ୍ରୀ ଓ ଶିକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ଶେଷରେ ସଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷୟତ୍ରି ମନୋରମା ପାଢ଼ୀ ବାର୍ଷିକ ବିବରଣୀ ପଠନ, ଅତିଥି ପରିଚୟ ଓ ମଂଚ ସଂଚାଳନ ଶିକ୍ଷକ ନରେନ୍ଦ୍ର କୁମାର ସାହୁ, ଶିକ୍ଷକ ମନୋରଞ୍ଜନ ମଲ୍ଲିକ ଧନ୍ୟବାଦ୍ ଅର୍ପଣ ପ୍ରଧାନ କରିଥିଲେ । ସୁଦାମ ଦାସ, ସସ୍ମିତା ସାହୁ, ଜୟନ୍ତୀ ମଲ୍ଲିକ, ଗୌରୀ ରାଣୀ ବେହେରା, ଅଲେଖ ପଣ୍ଡା, ଅକ୍ଷୟ କୁମାର ଦାସ, ନିରୂପମା ବିଶ୍ୱାଳ, ଅନୁପମା ବିଶ୍ୱାଳ, ଅନ୍ନପୂର୍ଣ୍ଣା ବିଶ୍ୱାଳ,ବସନ୍ତ କୁମାର ନାୟକ, କାଇରୀ ମୁଣ୍ଡା ଦିବସବ୍ୟାପି ବିଦ୍ୟାଳୟର କାର୍ଯ୍ୟକ୍ରମକୁ ସମସ୍ତ ସଦସ୍ୟ ସଦସ୍ୟା, ଅଭିଭାବକ ଓ ଗ୍ରାମବାସୀ ପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତାର ପିଢ଼ି ଦେବଦାସ ମହାନ୍ତିଙ୍କ ଦ୍ୱାରା ଧୀରେନ୍ଦ୍ର ମହାନ୍ତି ପ୍ରତିଭା ସମ୍ମାନ ୧ ରୁ ୮ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୮ ଜଣ ଛାତ୍ର ଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.