ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ କୋହ୍ଲ ସରକାରୀ ହାଇସ୍କୁଲରେ ବୁଧବାର ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏହିମେଳାକୁ ପଂଚାୟତର ସମିତିସଭ୍ୟା ତିଳୋତମା ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଏଜ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ସମିତିସଭ୍ୟା ଶ୍ରୀମତୀ ବେହେରା ଯୋଗଦେଇ ବିଜ୍ଞାନ ମେଳା ପିଲା ମାନଙ୍କର ବୌଦ୍ଧିକ ଶକ୍ତିର ବିକାଶକରେ ବୋଲି କହିଥିଲେ।ମୁଖ୍ୟବକ୍ତା ଭାବେ କୋହ୍ଲ ଏମଇ ସ୍କୁଲ ପ୍ରଧାନଶିକ୍ଷକ ରମାକାନ୍ତ ଦାସ, ବରେଣ୍ୟ ଅତିଥିଭାବେ ପୂର୍ବତନ ପ୍ରଧାନଶିକ୍ଷକ ନୃସିଂହ ଚରଣ ମହାପାତ୍ର, କବି ସଞ୍ଜିତ ବଳ, ଅବସରପ୍ରାପ୍ତ ସାମରିକ କର୍ମଚାରୀ ଜ୍ଞାନପ୍ରକାଶ ମାହୁନ୍ତ, ସ୍କୁଲ ପରିଚାଳନା ଉନ୍ନୟନ କମିଟି ସଭ୍ୟ ବିଚିତ୍ର ବାରିକ ପ୍ରମୁଖ ଯୋଗଦେଇ ଦୃଢ ମନୋବଳ ଓ ଶୃଙ୍ଖଳା ସଫଳତା ଦେଇଥାଏ ବୋଲି ମତପ୍ରକାଶ କରିଥିଲେ । ଶିକ୍ଷକ ବିଶ୍ୱରଞ୍ଜନ ପଣ୍ଡା ବେଦପାଠ କରିଥିବା ବେଳେ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ । ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ସହ ନୃତ୍ୟ ପରିବେଷଣ କରିଥିଲେ । ବିଚାରକ ଭବେ ଶିକ୍ଷକ ବିପ୍ଳବ କୁମାର ପହି ଓ ପ୍ରଶାନ୍ତ କୁମାର ମିଶ୍ର ଯୋଗ ଦେଇଥିଲେ । ଏହି ବିଜ୍ଞାନ ମେଳାରେ ପିଲାମାନେ ୪୫ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ସ୍କୁଲର ମନମୋହିନୀ ବିଶ୍ୱାଳ, ରୋଜାଲିନ ବଳ, ଗୀତାଞ୍ଜଳି ସାହୁ, ହିରଣ୍ମୟୀ ସାହୁ, ବାସନ୍ତୀ ଲତା ନାୟକ, ଗୀତାଞ୍ଜଳି ରଥ, ତୋଫାନ ହେମ୍ବ୍ରମ, ଅଜୟ କୁମାର ବାରିକ ପ୍ରମୁଖ ଶିକ୍ଷକ ,ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Home ଜିଲ୍ଲା ପରିକ୍ରମା କୋହ୍ଲ ହାଇସ୍କୁଲ୍ରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା, ୪୫ପ୍ରକଳ୍ପ ପ୍ରଦର୍ଶିତ, ପିଲାମାନଙ୍କର ବୌଦ୍ଧିକ ଶକ୍ତିର ବିକାଶରେ ବିଜ୍ଞାନ ମେଳା








