Home ଜିଲ୍ଲା ପରିକ୍ରମା କୋହ୍ଲ ନବଗ୍ରହ ଠାକୁର ଟ୍ରଷ୍ଟୀକୁ ନେଇ ବିଭ୍ରାନ୍ତ କରାଯାଉଛି, ପ୍ରଶାସନର ସହାୟତା ଲୋଡ଼ିଲେ ଟ୍ରଷ୍ଟବୋର୍ଡ଼ ମୁଖ୍ୟ

କୋହ୍ଲ ନବଗ୍ରହ ଠାକୁର ଟ୍ରଷ୍ଟୀକୁ ନେଇ ବିଭ୍ରାନ୍ତ କରାଯାଉଛି, ପ୍ରଶାସନର ସହାୟତା ଲୋଡ଼ିଲେ ଟ୍ରଷ୍ଟବୋର୍ଡ଼ ମୁଖ୍ୟ

23

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କୋହ୍ଲ ବଜାର ସ୍ଥିତ ସର୍ବପୁରାତ ଶ୍ରୀ ନବଗ୍ରହ ଠାକୁର ଟ୍ରଷ୍ଟୀ ଗଠନକୁ ନେଇ ସ୍ଥାନୀୟ କେତେକ ନ୍ୟସ୍ତ ସ୍ୱାର୍ଥ ଓ ନିଶାଗ୍ରସ୍ତ ବ୍ୟକ୍ତି ଜନସାଧାରଣଙ୍କୁ ବିଭ୍ରାନ୍ତି କରୁଛନ୍ତି। ଯାହାଫଳରେ ଟ୍ରଷ୍ଟୀ ବୋର୍ଡ଼ର ମୁଖ୍ୟ ପ୍ରଭାତ କୁମାର ରାଉଳ ପ୍ରଶାସନର ସହାୟତା ଲୋଡ଼ିଛନ୍ତି। କୋହ୍ଲ ବଜାର ସ୍ଥିତ ଶ୍ରୀନବଗ୍ରହ ଠାକୁର ମନ୍ଦିର ବହୁ ପୁରାତନ ମନ୍ଦିର ଭାବେ ସ୍ଥାନୀୟ ଅଂଚଳରେ ପରିଗଣିତ ହୋଇଛି। ପ୍ରତିବର୍ଷ ମାଘ ସପ୍ତମୀରେ ୩ଦିନ ବ୍ୟାପୀ ସାର୍ବଜନୀନ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ। ଏବଂ ପ୍ରତି ଶନିବାର ସହିତ ବିଭିନ୍ନ ପର୍ବ ପର୍ବାଣୀରେ ପାଦୁକ ଏବଂ ଭୋଗ କରାଯାଇଥାଏ। ଏହି ମନ୍ଦିରକୁ ପ୍ରତିଷ୍ଠା କରିଥିବା ମାର୍ଫତଦାରମାନେ ପରଲୋକ ଗମନ କରିଛନ୍ତି। ସେମାନଙ୍କ ଉତରାଧିକାରୀମାନେ ଦୀର୍ଘ ବର୍ଷ ଧରି ନବଗ୍ରହ ଠାକୁରଙ୍କର ପୂଜାର୍ଚ୍ଚନା କରି ଆସୁଛନ୍ତି। ଶ୍ରୀ ନବଗ୍ରହ ମନ୍ଦିରର କୌଣସି ଉନ୍ନତି ନହେବା ସ୍ଥଳେ ମନ୍ଦିରଟି ଭଗ୍ନ ଅବସ୍ଥାକୁ ଗତି କରିବାରେ ଲାଗିଛି। ମନ୍ଦିର ପୂଜା ଦାୟିତ୍ୱରେ ଥିବା ପୂଜକମାନେ ମନ୍ଦିରର ଉନ୍ନତି କରିବା ପରିବର୍ତେ ଜଣେ ପୂଜକ ମନ୍ଦିର ପାଖରେ ବାସଗୃହ କରି ମନ୍ଦିର ପରିବେଶକୁ ନଷ୍ଟ କରୁଛନ୍ତି। ଯାହାଫଳରେ ହିନ୍ଦୁ ଧର୍ମର ବିଚ୍ୟୁତ ଘଟିବା ସହିତ ହିନ୍ଦୁମାନଙ୍କ ମନରେ ଆଘାତ ସୃଷ୍ଟି କରିଛି। ଏପରିକି ସେହି ପୂଜକ ଜଣକ ବ୍ୟବସାୟ କରି ଅଣହିନ୍ଦୁ ମାନଙ୍କୁ ମନ୍ଦିର ବେଢ଼ାରେ ଅବାଧ ପ୍ରବେଶ କରାଇବା ନେଇ ଜନସାଧାରଣଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀ ନବଗ୍ରହ ଠାକୁର ମନ୍ଦିର ଏପରି ଅବହେଳିତ ହେବା ଖବର ପାଇ ସରକାରଙ୍କର ଦେବୋତର ବିଭାଗ ପକ୍ଷରୁ ତଦନ୍ତ ପରିଦର୍ଶନ କରାଯାଇ ମନ୍ଦିର ଟିକୁ ନିଜ ଅଧୀନକୁ ନେଇଛନ୍ତି। ଯାହାର ଇଣ୍ଡେକ୍ସ ନଂ ୧୮-ଏନ-ବିଏଲଏସ(ଏମ) ତା ୨୧.୦୩.୨୦୨୩। ପରେ ଦେବତୋର ବିଭାଗ ଏକ ଟ୍ରଷ୍ଟ ଗଠନ କରି ଅନୁମୋଦନ କରିଅଛନ୍ତି। ସେହି ଟ୍ରଷ୍ଟବୋର୍ଡ଼ରେ ତହସିଲଦାରଙ୍କ ସମେତ ୯ଜଣ ସଦସ୍ୟ ରହିଛନ୍ତି। ସମସ୍ତ ସରକାରୀ ନିୟମ ଅନୁଯାୟୀ ଦେବତୋର ବିଭାଗ ମନ୍ଦିରକୁ ତାଙ୍କ ଅଧୀନକୁ ନେବା ସହିତ ଟ୍ରଷ୍ଟବୋର୍ଡ଼ ମଧ୍ୟ ଗଠନ କରି ଅନୁମୋଦନ କରିଛନ୍ତି। ଏହି ଟ୍ରଷ୍ଟବୋର୍ଡ଼ କୌଣସି ଏନଜିଓ ନାମରେ ପଞ୍ଜୀକୃତ ହୋଇ ନାହିଁ। ସିଧା ସଳଖ ଜନସାଧାରଣ ଏବଂ ଅଧାରୁ ଅଧିକ ମାର୍ଫତଦାରଙ୍କ ସ୍ୱୀକୃତି ଅନୁସାରେ ଦେବତୋର ବିଭାଗ ନିଜ ଅଧୀନକୁ ନେଇଛି। ଏହି ମନ୍ଦିରଟି ଦେବତୋର ବିଭାଗକୁ ଯିବା ପରେ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇଛି। ବହୁ ଜନସାଧାରଣ ଦେବତୋର ବିଭାଗକୁ ଯିବା ନେଇ ଆନ୍ତରିକ ସମର୍ଥନ ଜଣାଉଛନ୍ତି। କେବଳ କେତେକ କୁଚକ୍ରୀ ଗୋଷ୍ଠୀ ଅସାଧୁ ମେଂଟ କରି ମନ୍ଦିରକୁ ନିଜ କରାୟତରେ ରଖିବା ପାଇଁ ବିଭ୍ରାନ୍ତକର ତଥ୍ୟ ଗଣମାଧ୍ୟମ ଜରିଆରେ ପ୍ରକାଶ କରଉଛନ୍ତି। ଯେଉଁ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ କୌଣସି ତଥ୍ୟ ଓ କାଗଜପତ୍ର ସମ୍ପର୍କରେ ନଜାଣି ନିର୍ଦ୍ଦିଷ୍ଟ କେତେକଙ୍କ ଅଭିଯୋଗମୂଳେ ଏପରି ବିଭ୍ରାନ୍ତକର ଖବର ପରିବେଷଣ କରିଛନ୍ତି ସେହି ନିର୍ଦ୍ଦିଷ୍ଟ ଖବର କାଗଜ ଉପରେ ଟ୍ରଷ୍ଟୀ ବୋର୍ଡ଼ର ସଦସ୍ୟମାନେ ଆଇନର ଆଶ୍ରୟ ନେବେ ବୋଲି ଜଣାପଡ଼ିଛି। ତୁରନ୍ତ ସରକାରୀ ଟ୍ରଷ୍ଟୀ ବୋର୍ଡ଼କୁ ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ସହାୟତା କରି ମନ୍ଦିରର ବିକାଶ କରିବାକୁ ଟ୍ରଷ୍ଟୀ ବୋର୍ଡ଼ର ମୁଖ୍ୟ ପ୍ରଭାତ ରାଉଳ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.