Home ଜିଲ୍ଲା ପରିକ୍ରମା କୋଲକାତା ମେଡ଼ିକାଲ କଳେଜ ପୀଡ଼ିତାଙ୍କୁ ନ୍ୟାୟ ଦାବୀ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା

କୋଲକାତା ମେଡ଼ିକାଲ କଳେଜ ପୀଡ଼ିତାଙ୍କୁ ନ୍ୟାୟ ଦାବୀ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା

11

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଅଗଷ୍ଟ ୫ ତାରିଖରେ କୋଲକାତା ଆର. ଜି. କର ମେଡିକାଲ କଲେଜରେ ହୋଇଥିବା ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟାକୁ ନେଇ ସମଗ୍ର ଦେଶରେ ଜନ ଆନ୍ଦୋଳନ ହେଉଥିଲେ ବି ପଶ୍ଚିମବଙ୍ଗ ମମତା ବାନାର୍ଜି ସରକାର ଦୋଷୀଙ୍କୁ ସୁରକ୍ଷା ଦେବା ସମସ୍ତଙ୍କୁ ହତାଶ ଏବଂ କ୍ରୋଦ୍ଧାନ୍ୱିତ କରିଛି । ରାଜ୍ୟରେ ମହିଳାଙ୍କର ସମ୍ମାନ ଏବଂ ଜୀବନ ଅସୁରକ୍ଷିତ ହୋଇଥିବାରୁ ଛାତ୍ର, ଶିକ୍ଷକ, ଡାକ୍ତର, ଓକିଲ, ବୁଦ୍ଧିଜୀବୀ, ଜନସାଧାରଣ ଆଜି ରାଜରାସ୍ତାରେ ବିକ୍ଷୋଭ କରି ଦୋଷୀକୁ ଦଣ୍ଡ, ପୀଡ଼ିତାଙ୍କୁ ନ୍ୟାୟ ଦାବୀ କରିଥିବା ବେଳେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ମାଧ୍ୟମରେ ଦାବୀ ଉପସ୍ଥାପନ କରିଛନ୍ତି । ଶୋଭାଯାତ୍ରା ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଯିବାପରେ ସେଠାରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସହକାରୀ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରି ପୀଡ଼ିାଙ୍କ ପରିବାରକୁ ସହାୟତା ଓ ସୁରକ୍ଷା ଏବଂ ଡାକ୍ତରମାନଙ୍କୁ ନିରାପଦରେ ସେବା ପ୍ରଦାନ କରିବା ବ୍ୟବସ୍ଥା ଦାବୀ କରିଥିଲେ । ଉକ୍ତ ଶୋଭଯାତ୍ରାରେ ଭଦ୍ରକର ବୁଦ୍ଧିଜୀବୀ, ନାଗରିକ ଜନସାଧାରଣ, ସମାଜସେବୀ ରାଧାରାଣୀ ମହାପାତ୍ର, ସଂଗ୍ରାମ କିଶୋର ମହାନ୍ତି, ଗିରିଧାରୀ ପାତ୍ର ସମର୍ଥନ ପୂର୍ବକ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁରୁଷୋତ୍ତମ ରାଉତ, ଆଲୋକ ମଲ୍ଲିକ, ଓଁକାର ମହାନ୍ତି, ସୁବ୍ରତ ଜେନା, ସ୍ୱସ୍ତିକା ଖିଲାର, ଶୁଭଶ୍ରୀ ଧଳ, ପୂଜାରାଣୀ କୁଣ୍ଡ, ସସ୍ମିତା ମାଈତି, ଅର୍ଚ୍ଚନା କନ୍ଦର ଇତ୍ୟାଦି ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.