Home କୋରାପୁଟ କୋର୍ଟ ପରିସରରୁ ୨ କଏଦୀ ଫେରାର

କୋର୍ଟ ପରିସରରୁ ୨ କଏଦୀ ଫେରାର

100

କୋରାପୁଟ;ତା୨୮-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଜୟପୁର ଚିଫ୍ ଜୁଡିସିଆଲ କୋର୍ଟକୁ ଶୁଣାଣୀ ନିମନ୍ତେ ଅଣା ଯାଇଥିବାବେଳେ ୨ଜଣ ବିଚାରଧାନ କଏଦୀ ଫେରାର୍ ହୋଇଥିବା ଜଣା ପଡିଛି । ଦୁଇ କଏଦୀ ହେଲେ ଜୟପୁର କୁସୁମପୁଟର ଲାଲା ବାହାଦୁର ଦୋର୍ଜୀ ଓ ମାଲାକନଗିରିର କେ.ପବନ କୁମାର । ସୂଚନା ଅନୁଯାୟୀ ଫେରାର୍ ଦୁଇ କଏଦୀ ଲାଲ ବାହାଦୁର ଏବଂ ପବନ କୁମାରଙ୍କ ବିରୁଦ୍ଧରେ ନାବାଳିକାକୁ ଦୁଷ୍କର୍ମ ଓ ଡକାୟତି ଭଳି ମାମଲା ରହିଥିବା ବେଳେ ଆଜି ସେମାନଙ୍କ ଶୁୁଣାଣୀ ଥିବାରୁ ପୁଲିସ ଉଭୟଙ୍କୁ ଜୟପୁର ସିଜେଏମ କୋର୍ଟରେ ହାଜର କରିଥିଲା । ସୁଯୋଗ ମିଳିବା ମାତ୍ରେ ଦୁଇ ଅଭିଯୁକ୍ତ ଚମ୍ପଟ ମାରିଥିଲେ । ସେମାନଙ୍କୁ ଧରିବା ପାଇଁ ଜିଲା ପୁଲିସ ପକ୍ଷରୁ ବଛାବଛା ଅଧିକାରୀଙ୍କୁ ନେଇ ତିନୋଟି ସ୍ୱତନ୍ତ୍ର ଟିମ୍ ଗଠନ କରା ଯାଇଥିବା ଅତିରିକ୍ତ ଏସପି ଭି.ଆର୍.ରାଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.