Home କୋରାପୁଟ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ବିରଳ ଅସ୍ତ୍ରୋପଚାର

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ବିରଳ ଅସ୍ତ୍ରୋପଚାର

98

କୋରାପୁଟ  ୦୭-୦୯(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଆଜି ଏକ ବିରଳ ଅସ୍ତ୍ରୋପଚାର ହୋଇଛି ।ଜୟପୁର ବ୍ଲକ ଅନ୍ତର୍ଗତ ପଟନାୟକଗୁଡାର ମୋତି ମୁଦୁଲିଙ୍କ ଛାତିରୁ ୧୫ କେଜି ର ଟ୍ୟୁମର ବାହାର କରାଯାଇଥିବା ଜଣାପଡିଛି ।୨ ବର୍ଷ ପୂର୍ବେ ମୋତି ମୁଦୁଲିଙ୍କ ସ୍ତନରେ ଏକ ବଥ ବାହାରିଥିଲା ବୋଲି ସାହାଯ୍ୟ ଦି ହେଲ୍ପିଙ୍ଗ ହ୍ୟାଣ୍ଡର କାର୍ତିକ ରାଉତ ସୂଚନା ଦେବା ସହ ଅଧିକା ଚିକିତ୍ସା ନିମନ୍ତେ ବ୍ରହ୍ମପୁର କିମ୍ବା କଟକ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।ଅର୍ଥ ଅଭାବ ଯୋଗୁଁ ସେ ବାହାରକୁ ଯାଇପାରି ନ ଥିଲେ  ।ଦିନକୁ ଦିନ ବଥଟି ବୃଦ୍ଧି ପାଇ ଶରୀର ଯନ୍ତ୍ରଣା ହେଉଥିଲା । ସାହାଯ୍ୟ ଦି ହେଲ୍ପିଙ୍ଗ ହ୍ୟାଣ୍ଡର କର୍ମକର୍ତମାନେ ଉକ୍ତ ଗ୍ରାମକୁ  ଯାଇଥିବା ସମୟରେ ଲୋକମାନେ ମୋତି ମୁଦୁଲିଙ୍କ ବିଷୟରେ ସୂଚନା ଦେଇଥିଲେ ।ଏହାପରେ କର୍ମକର୍ତାମାନେ ସହଯୋଗ କରିବା ପାଇଁ ଆଗଭର ହୋଇଥିଲେ ।୧୨ ଦିନ ତଳେ  ସାହାଯ୍ୟ ଦି ହେଲ୍ପିଙ୍ଗ ହ୍ୟାଣ୍ଡର କର୍ମକର୍ତାମାନେ ଜୟପୁର ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୁତି ବିଭାଗ ଡାକ୍ତର ସସ୍ମିତା ଦାସଙ୍କୁ  ସହ ଆଲୋଚନା କରିଥିଲେ ।କୋରାପୁଟ ହସପିଟାଲର ଡାକ୍ତର ଆଇ.ଗୋପାଳ ରାଓଙ୍କ ସହ ଡାକ୍ତର ସସ୍ମିତା ଦାସ କଥାବାର୍ତା ହେବା ପରେ ମୋତି ମୁଦୁଲିଙ୍କୁ କୋରାପୁଟ  ହସପିଟାଲରେ ଭର୍ତି କରାଯାଇଥିଲା ବୋଲି କାର୍ତିକ ରାଉତ ସୂଚନା ଦେଇଥିଲେ ।ମୋତି ମୁଦୁଲିଙ୍କୁ ଏବି ପଜିଟିଭ ୩ ୟୁନିଟ ରକ୍ତ ଦିଆଯାଇଥିଲା ।ଜୟପୁର ହସପିଟାଲରୁ ଅପରେସନ କିଟ ଆସିବା ପରେ ଆଜି  ଡାକ୍ତର ଆଇ.ଗୋପାଲ ରାଓ ଅପରେସନ କରି ୧୫ କେଜି ଟ୍ୟୁମର ବାହାର କରିଥିଲେ ।ଅପରେସନ ପରେ ମୋତି ସୁସ୍ଥ ଥିବା ଜଣାପଡିଛି । ସାହାଯ୍ୟ ଦି ହେଲ୍ପିଙ୍ଗ ହ୍ୟାଣ୍ଡର କାର୍ତିକ ରାଉତ ,ପବିତ୍ର ପାତ୍ର ,ସ୍ମିତା ମାଝି ଓ ସିମାଞଳ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ସଦସ୍ୟ ସିମାଞଳ ପାତ୍ର ରକ୍ତଦାନ କରିଥିଲେ ବୋଲି କାର୍ତିକ ରାଉତ ସୂଚନା ଦେଇଛନ୍ତି ।ମୋତି ମୁଦୁଲିଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ ପ୍ରତିଶୃତି ଦେଇଥିବା କାର୍ତିକ ରାଉତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.