Home କୋରାପୁଟ କୋରାପୁଟ ସହରରେ ମାସ୍କ ଚେକିଂ ,ମାସ୍କ ପିନ୍ଧନ୍ତୁ ନ ହେଲେ ଫାଇନ ଦେବାକୁ ପଡିବ

କୋରାପୁଟ ସହରରେ ମାସ୍କ ଚେକିଂ ,ମାସ୍କ ପିନ୍ଧନ୍ତୁ ନ ହେଲେ ଫାଇନ ଦେବାକୁ ପଡିବ

47

କୋରାପୁଟ ୧୧-୧୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସହରରେ ମାସ୍କ ଯାଂଚ ଆରମ୍ଭ କରାଯାଇଛି ।ଟାଉନ ପୋଲିସ ତରଫରୁ ସହରର ଜଗନ୍ନାଥ ମନ୍ଦିର ଛକ ,ମେଡିକାଲ କଲେଜ ଛକ ,ପୂଜାରୀପୁଟରେ ମାସ୍କ ଚେକିଂ କରାଯାଇଥିଲା । ସମ୍ଭାବ୍ୟ କୋଭିଡ ୩ ୟ ଲହରକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ମାସ୍କ ପିନ୍ଧିବା , ହାତ ଧୋଇବା ଓ ଭିଡକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ।ଲୋକମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଥିଲେ ମଧ୍ୟ  ଅନେକ ବ୍ୟକ୍ତି ମାସ୍କ ପିନ୍ଧୁ ନ ଥିବା ନଜରକୁ ଆସିବା ପରେ ପୋଲିସ ପ୍ରଶାସନ ତରଫରୁ ମାସ୍କ ଯାଂଚକୁ କଡାକଡି କରାଯାଇଛି । ୧୮ ଜଣ ବ୍ୟକ୍ତିଙ୍କଠାରୁ ଫାଇନ ବାବଦରେ ୫୧୦୦ ଟଙ୍କା  ଆଦାୟ କରାଯାଇଥିବା ଜଣାପଡିଛି ।ଏହି ପ୍ରକ୍ରୀୟା ଜାରି ରହିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.