Home କୋରାପୁଟ କୋରାପୁଟ ସରକାରୀ କଲେଜ ଇତିହାସ ବିଭାଗ ଦ୍ୱାରା ନାରୀମାନଙ୍କର ଚାକିରୀ ସମସ୍ୟା ଶୀର୍ଷକ ଅନଲାଇନ ଆଲୋଚନା...

କୋରାପୁଟ ସରକାରୀ କଲେଜ ଇତିହାସ ବିଭାଗ ଦ୍ୱାରା ନାରୀମାନଙ୍କର ଚାକିରୀ ସମସ୍ୟା ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର

43

କୋରାପୁଟ ୩୧-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସରକାରୀ କଲେଜ  ଇତିହାସ ବିଭାଗ ତଥା ନାବ ଭୁବନେଶ୍ୱରର ମିଲି ସହଯୋଗରେ କୋଭିଡ-୧୯ ପରିସ୍ଥିତିରେ ନାରୀମାନଙ୍କର ଚାକିରୀ ସମସ୍ୟା ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ସରକାରୀ କଲେଜ ଇତିହାସ ବିଭାଗ ମୁଖ୍ୟ ତଥା ଜାତୀୟ ଦୃଷ୍ଟିବାଧିତ ସଂଘ ଓଡିଶା ଶାଖାର ଅବୈତନିକ ଇନକ୍ଲୁସିଭ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର କାମାକ୍ଷୀ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେପୂର୍ବତନ ଭିନ୍ନକ୍ଷମ କମିଶନର କସ୍ତୁରୀ ମହାପାତ୍ର ଯୋଗଦେଇ କର୍ମକ୍ଷେତ୍ରରେ ଭିନ୍ନକ୍ଷମ ମହିଳାମାନଙ୍କର ଭୂମିକା କିଭଳି ଅପରିହାର୍ଯ୍ୟ ତାହା ଅଲୋକପାତ କରିବା ସହ ସରକାରୀ ସହାୟତା ପ୍ରଦାନ କରିବାକୁ ନିବେଦନ କରିଥିଲେ ।ବର୍ତମାନ ଘଡିସନ୍ଧି ମୂହୂର୍ତରେ ସମାଜର ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବା କ୍ଷେତ୍ରରେ ଉଭୟ ପୁରୁଷ ଓ ନାରୀଙ୍କ ଭୂମିକା  ସମଗୁରୁତ୍ୱ ବହନ କରୁଥିବା ବେଳେ କର୍ମକ୍ଷେତ୍ରରେ ନାରୀମାନଙ୍କର ପୁନଃ ଯୋଗଦାନ ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ଇତିହାସ ମୁଖ୍ୟ ପ୍ରଫେସର ଦାଶ ମତବ୍ୟକ୍ତ କରିଥିଲେ ।ଏଥି ନିମନ୍ତେ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କର ପ୍ରୋତ୍ସାହନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।ଏହି ଆଲୋଚନା ଚକ୍ରରେ ନାବ ଓଡିଶାର ସଂପାଦକ ଅଜୟ କୁମାର ସାମଲ ଓ ଓଡିଶାର ବିଭିନ୍ନ ଅଂଚଳରୁ ମାନଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ । ଇତିହାସ ବିଭାଗର ସିମ୍ରାନ ନାୟକ,ସବିତା ଖଜୁରିପୁଟିଆ ଓ ଶିବାନୀ ପାତ୍ର ପ୍ରଫେସର ଦାଶଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସନ୍ଦର୍ବଗୁଡିକର ଯଥାକ୍ରମେ ଇଂରାଜୀ ଓ ହିନ୍ଦିରେ ପାଠ କରିଥିଲେ ।ସରିତା ଭତ୍ରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅତିଥି ଅଧ୍ୟାପିକା ମିନତୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.