Home କୋରାପୁଟ କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର୫୫ତମ ବାର୍ଷିକ ଉସôବ “ଆତ୍ମବିଶ୍ୱାସ ରହିଲେ ଲକ୍ଷ୍ୟ ହାସଲ କରି ହୁଏ”

କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର୫୫ତମ ବାର୍ଷିକ ଉସôବ “ଆତ୍ମବିଶ୍ୱାସ ରହିଲେ ଲକ୍ଷ୍ୟ ହାସଲ କରି ହୁଏ”

233

କୋରାପୁଟ ; ତା୦୭-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ)ଆତ୍ମବିଶ୍ୱାସ ରହିଲେ ଲକ୍ଷ୍ୟ ହାସଲ କରିହୁଏ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଡ .ପ୍ରମୋଦ କୁମାର ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ୫୫ ତମ ବାର୍ଷିକ ଉସôବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ।ଶିକ୍ଷକ /ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀମାନଙ୍କ ରହିଥିବା ଜ୍ଞାନକୁ ଚିହ୍ନଟ କରି ଶିକ୍ଷାଦାନ କରିବାକୁ ସେ ପରାମର୍ଶ ଦେଇଥିଲେ ।ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକାଶ ଚନ୍ଦ୍ର ସରକାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ଅମୁଲ୍ୟ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦେଶ ସେବାରେ ନିୟୋଜିତ କରିବାକୁ ଆହ୍ୱାନ ଦେଇଥିଲେ ।ସଂସ୍କାରଓ ସଂସ୍କୃତପୂର୍ଣ୍ଣ ସୁନାଗରିକ ଭାବେ ଛାତ୍ରଛାତ୍ରୀମାନଙ୍କୁ ଗଠନ କରିବାରେ ଅଭିଭାବକ ଓ ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସେ ମତବ୍ୟକ୍ତ କରିଥିଲେ ।ଏହି ଉସôବରେ ଆଂଚଳିକ ଶିକ୍ଷା ପ୍ରତିଷ୍ଠାନର ଡ.ଗୈାରମା ଆଇପି , କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ଓ ସାଥ ଅନୁଷ୍ଠାନର ଜଗନ୍ନାଥ ସାହୁ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।ଶିକ୍ଷକ ହିମାଂଶୁ ଶେଖର ଦାଶ କାର୍ଯ୍ୟକ୍ରମ ପରିଚଳାନା କରିଥିବା ବେଳେ ଶିକ୍ଷକ ବିଜୟ ସାହୁ , ଶିଶିର ପାତ୍ର ଓ ଅନ୍ୟାନ୍ୟ ଶିକ୍ଷକ /ଶିକ୍ଷୟତ୍ରୀମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.