Home କୋରାପୁଟ କୋରାପୁଟ ସଦର ମହକୁମାରେ ବିଶ୍ୱ ଏଡସ ଦିବସ ପାଳିତ

କୋରାପୁଟ ସଦର ମହକୁମାରେ ବିଶ୍ୱ ଏଡସ ଦିବସ ପାଳିତ

112

କୋରାପୁଟ ୦୧-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସଦର ମହକୁମାଠାରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ମକରନ୍ଦ ବେଉରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।ପରେ କାର୍ଯ୍ୟାଳୟ ସଭାଗୃହଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।କୋରାପୁଟ ଜିଲ୍ଲାରେ ୨୦୦୨ ମସିହାରୁ ଏଚଆଇଭି ରୋଗୀମାନଙ୍କ ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯାଇଥିଲା ଓ କୋରାପୁଟଠାରେ ଏଆରଟି କେନ୍ଦ୍ର ସ୍ଥାପନ କରାଯାଇ ଅବିଭକ୍ତ କୋରାପୁଟ ଜିଲ୍ଲା ରୋଗୀମାନଙ୍କର ରକ୍ତ ନମୁନା ପରୀକ୍ଷା କରାଯାଉଥିବା ଡାକ୍ତର ବେଉରା ସୂଚନା ଦେଇଥିଲେ ।ପ୍ରତି ବ୍ଲକରେ ଆଇସିଟି କେନ୍ଦ୍ର ରହିଛି ଯେଉଁଥିରେ ପଜିଟିଭ ରୋଗୀମାନଙ୍କୁ କାଉନସିଲ କରାଯିବା ସହ ମେଡିସିନ ନିୟମିତ ଖାଇବାକୁ ସଚେତନତା କରାଯାଉଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ଆଇସିଟି କେନ୍ଦ୍ରରେ  ଅକ୍ଟୋବର ମାସ ପର୍ଯ୍ୟନ୍ତ ୨୮୦୯ ଜଣ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୬୭ ଜଣ ଏଡସରେ ମୃତ୍ୟୁବରଣ କରିଥିବା ସେ ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲାରେ ଅକ୍ଟୋବର ମାସ ପର୍ଯ୍ୟନ୍ତ ୧୯୭୮ ଜଣ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୧୬ ଜଣ ଏଡସରେ ମୃତ୍ୟୁବରଣ କରିଥିବା ସେ ସୂଚନା ଦେଇଛନ୍ତି ।୧୦୮୯ ପଜିଟିଭ ରୋଗୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଥିବା ବେଳେ ୪୭ ଜଣଙ୍କୁ ବିଜୁ ପକ୍କାଘର ଯୋଜନାରେ ସାମିଲ କରାଯାଇଥିବା କୋରାପୁଟ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦିଲିପ କୁମାର ହିଆଲ ପ୍ରକାଶ କରିଛନ୍ତି ।୧୫୦ ଜଣଙ୍କୁ ବସପାସ ପ୍ରଦାନ କରାଯାଇଥିବା ବେଳେ ୨୧୧ ଜଣ ଅନ୍ତଦୋୟ ଅନ୍ନ ଯୋଜନାରେ ସାମିଲ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ଏଡିପିଏଚଓ(ପରିବାର କଲ୍ୟାଣ) ଡାକ୍ତରନୀଳମାଧବ ଶତପଥି,ଏଡିପିଏଚଓ(ମ୍ୟାଲେରିଆ)ଡାକ୍ତର ସୁଶାନ୍ତ କୁମାର ଦାଶ , ସ୍ୱାସ୍ଥ୍ୟ ମିଶନ ଡିପିଏମ ଶୁଭକାନ୍ତ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ ।ଏଡିପିଏଚଓ(ଯକ୍ଷ୍ମା) ଡାକ୍ତର ପ୍ରଶାନ୍ତ କୁମାର ସାମାଲ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ ।ଡିିଇଓ ସର୍ବେଶ୍ୱର ବାରିକ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.