କୋରାପୁଟ ୨୨-୦୯(ଓଡିଆ ପୁଅ /ରଂଜନ ଦାସ) ଆଇଏଏସ ପ୍ରୋବେସେନାରୀ ଭେଦଭୂଷଣ ଆଜି କୋରାପୁଟ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଭାବେ ଯୋଗଦେଇଛନ୍ତି ।ଏଠାରେ ଥିବା ଆଲୋକ ରଂଜନ ସାମାନ୍ତରାୟ କୋରାପୁଟର ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ ରହିବା ସହ କୋଟପାଡ ଏନଏସି ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିବା ଜଣାପଡିଛି ।ଆସନ୍ତା ଅକ୍ଟୋବର ମାସ ୧୯ ତାରିଖ ପର୍ଯ୍ୟନ୍ତ ଭେଦଭୂଷଣ କୋରାପୁଟ ନିର୍ବାହୀ ଅଧିକାରୀଭାବେ ରହିବେ ବୋଲି ଜଣାପଡିଛି ।