Home କୋରାପୁଟ କୋରାପୁଟ ମେଡିକାଲ କଲେଜରେ ପେଟରୋଗ ସଂପର୍କରେ ପାଠଚକ୍ର

କୋରାପୁଟ ମେଡିକାଲ କଲେଜରେ ପେଟରୋଗ ସଂପର୍କରେ ପାଠଚକ୍ର

286

କୋରାପୁଟ ୧୭-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ସଭାଗୃହଠାରେ ପେଟରୋଗ ସଂପର୍କରେଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।ଷ୍ଟାଫ ଏକାଡେମିକ କାଉନସିଲ ଦ୍ୱାରା ଆୟୋଜିତ ପାଠଚକ୍ରରେ ଭାରପ୍ରାପ୍ତ ଡିନ ଡାକ୍ତର ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ।ହସପିଟାଲ ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇ ଓ ପୂର୍ବତନ ଅଧିକ୍ଷକ ଡାକ୍ତର କ୍ଷେତ୍ରବାସୀ ସୁବୁଦ୍ଧି ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ।ଡାକ୍ତର ସ୍ୱରୂପା ପଣ୍ଡା, ପ୍ରଫେସର ଜଗଦାନନ୍ଦ ମିଶ୍ର ଓ ପ୍ରଫେସର ଏ.ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପାଠଚକ୍ରରେ ଡାକ୍ତର ଡି.ଶୋଭା ମାଳିନୀ, ପ୍ରଫେସର ସୀତାରାମ ମହାପତ୍ର, ପ୍ରଫେସର ଜୟନ୍ତ ପଣ୍ଡା ପ୍ରମୁଖ ପେଟରୋଗ ଆଇବିଏସ ଓ ଆଇବିଡିର ନିଦାନ ଓ ପରିଚାଳନା ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.