Home କୋରାପୁଟ କୋରାପୁଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଓ ନର୍ସଙ୍କ ବ୍ୟବହାରକୁ...

କୋରାପୁଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଓ ନର୍ସଙ୍କ ବ୍ୟବହାରକୁ ନେଇ ରୋଗୀ ସଂପର୍କିୟ କ୍ଷୁବ୍ଧ

411

କୋରାପୁଟ ; ତା୨୩-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ ଓ କଲେଜର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।ଶିଶୁ ଓାର୍ଡର ୩୭ ନମ୍ବର ବେଡରେ ଇବରାଜ ଭତା୍ର ନାମକ ୬ ମାସର ଶିଶୁ ୩ ଦିନ ହେବ ରହି ଚିକିସôିତ ହେଉଛନ୍ତି ।ଆଜି ସଂଧ୍ୟାରେ ସାଲାଇନ ଲାଗିଥିବା ବେଳେ ଭେନରୁ ରକ୍ତ ବାହାରିବାରୁ ରାଜ କିରଣ ଭତ୍ରା କର୍ତବ୍ୟରତ ନର୍ସଙ୍କୁ ଦେଖିବା ପାଇଁ ଅନୁରୋଧ କରିଥିବା ସତ୍ୱେ ଆସି ନ ଥିବା ସେ ଅଭିଯୋଗ କରିଥିଲେ ।ପାଖ ବେଡ ରୋଗୀର ସଂପର୍କିୟ ଶ୍ରୀଧର ପାଢୀ ନର୍ସଙ୍କୁ ଯାଇ ଡାକିବାରୁ ୨ ଜଣଙ୍କ ଯୁକ୍ତିର୍ତକ ହୋଇଥିଲା ଓ ସ୍ୱତନ୍ତ୍ର ସେବା ନିମନ୍ତେ ବେସରକାରୀ ହସପିଟାଲକୁ ଯିବା ପାଇଁ ନର୍ସ କହିଥିଲେ ବୋଲି ଶ୍ରୀ ପାଢୀ ଅଭିଯୋଗ କରିଥିଲେ ।ସରକାରୀ ଚାକିରୀ କରି କାହିଁକି ରୋଗୀ ସଂପର୍କିୟଙ୍କୁ ଅସତବ୍ୟବହାର କରାଯାଉଛି ବୋଲି ସେ ପ୍ରଶ୍ନ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଥିଲେ ।ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅଧିକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧିଙ୍କ ମୋବାଇଲରେ ଫୋନ କରାଯାଇଥିଲା କିନ୍ତୁ ଫୋନ ରିସିଭ କରି ନ ଥିବାରୁ ପ୍ରତିକ୍ରୀୟା ନିଆଯାଇ ନାହିଁ । ଏ ଅଭିଯୋଗ ସଂପର୍କରେ ମ୍ୟାନେଜର ଦେବବ୍ରତ ସାହୁଙ୍କୁ ମୋବାଇଲ ଯୋଗେ ସଂପର୍କ କରାଯାଇଥିଲା ଓ ଆସନ୍ତାକାଲି ଘଟଣାର ସତ୍ୟାସତ୍ୟ ଉପରେ ତଦନ୍ତ କରାଯିବ ବୋଲି ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.