Home କୋରାପୁଟ କୋରାପୁଟ ବ୍ଲକର ଦଳେଇପୁଟଠାରେ ବିହନ ମେଳା

କୋରାପୁଟ ବ୍ଲକର ଦଳେଇପୁଟଠାରେ ବିହନ ମେଳା

28

କୋରାପୁଟ ୩୦-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ବ୍ଲକ ଅନ୍ତର୍ଗତ  ମହାଦେଇପୁଟ ପଂଚାୟତର ଦଳେଇପୁଟଠାରେ ଏକ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପ୍ରଗତି ଦ୍ୱାରା ଆଇଫାଡ , ଆଇପିଏଫ ସହାୟତାରେ ଅୟୋଜିତ ବିହନ ମେଳାରେ ମହାଦେଇପୁଟ ଓ କେନ୍ଦାର ପଂଚାୟତର ୪୦ ଜଣ ଯୁବ ଚାଷୀ ଯୋଗଦେଇ ନିଜ ନିଜର ଦେଶୀ ବିହନ ପ୍ରଦର୍ଶନ କରିଥିଲେ ।ପ୍ରଗତିର ସଂପାଦକ ପ୍ରଭାକର ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଲୁନା ପଣ୍ଡା ଯୋଗଦେଇ ଦେଶୀ ବିହନର ଗୁରୁତ୍ୱ ,ସଂରକ୍ଷଣ ଏବଂ ପ୍ରସାର ପାଇଁ ଯୁବପିଢୀଙ୍କୁ ଉତ୍ସାହିତ କରିଥିଲେ । ମହାଦେଇପୁଟ ସରପଂଚ ଶିବ ଗଲୋରୀ ଯୋଗଦେଇ ଦେଶୀ ବିହନର ସଂରକ୍ଷଣ କରିବା ସହ ପରସ୍ପର ଆଦାନପ୍ରଦାନ ମାଧ୍ୟମରେ ଅଧିକା ପ୍ରସାର କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।କୋରାପୁଟ ଜିଲ୍ଲା ବନବାସୀ ସଂଘର ସଂପାଦକ ସୁରେନ୍ଦ୍ର ମସ୍ତି ଯୋଗଦେଇ ବିହନର ବିବିଧତା ସଂପର୍କରେ ଆଲୋଚନା କରିବା ସହ ପରିବର୍ତିତ ଜଳବାୟୁ ଯୋଗୁଁ କୃଷି କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାର ସମାଧାନ ପାଇଁ ଦେଶୀ ବିହନର ପୁନରୁଦ୍ଧାର ଓ ସଂରକ୍ଷଣ ନିମନ୍ତେ ପରାମର୍ଶ ଦେଇଥିଲେ ।ପ୍ରଗତିର ଟିମ ଲିଡର ମୁରଲୀଧର ଅଧିକାରୀ ଯୋଗଦେଇ ବିହନର ଆଦାନପ୍ରଦାନ ମାଧ୍ୟମରେ ପ୍ରସାର କରିବା ନିମନ୍ତେ ଯୁବଚାଷୀମାନଙ୍କୁ ଉତ୍ସାହିତ କରିଥିଲେ ।ବିହନ ମେଳାରେ ୮୦ରୁ ଉର୍ଦ୍ଧ୍ୱଧାନ.ମାଣ୍ଡିଆ,ସୁଆଁ,କାଙ୍ଗୁଓ ପନିପରିବା ବିହନର ପ୍ରଦର୍ଶନ କରାଯାଇଥିଲା ।ଏହି ଅବସରରେ ଦଳେଇପୁଟ ଗୋଷ୍ଠୀ ଗୃହଠାରେ ଏକ ବିହନ ପାଣ୍ଠିର ଶୁଭାରମ୍ଭ କରାଯାଇଥିଲା ।ପ୍ରଗତିର କାର୍ଯ୍ୟକ୍ରମ ଅଧିକାରୀ ସାମୁଏଲ ମାଝି ଓ ମା ନିଶାଣୀ ମୁଣ୍ଡା କୃଷକ ଉତ୍ପାଦକ କଂପାନୀର କାର୍ଯ୍ୟ ନିର୍ବାହୀ ଅଧିକାରୀ ନିକୁଞ ବିହାରୀ ପଣ୍ଡା ଯୋଗଦେଇ ପରିଚାଳନା କରିଥିଲେ ।ପ୍ରଗତିର ଗୋଷ୍ଠୀ ସାଧନ କର୍ମି କୁମାରୀ ରୁତୁପୂର୍ଣ୍ଣା ରଣା ଓ ଧରିତ୍ରୀ ପାତ୍ର ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.