Home କୋରାପୁଟ କୋରାପୁଟ ବିଧାୟକଙ୍କ ବଦାନ୍ୟତା, ଦୁର୍ଘଟଣାଗସ୍ତ ଆହତଙ୍କୁ ଉଦ୍ଧାର କରି ହସପିଟାଲ ପଠେଇଲେ

କୋରାପୁଟ ବିଧାୟକଙ୍କ ବଦାନ୍ୟତା, ଦୁର୍ଘଟଣାଗସ୍ତ ଆହତଙ୍କୁ ଉଦ୍ଧାର କରି ହସପିଟାଲ ପଠେଇଲେ

55

କୋରାପୁଟ ୦୫-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲଙ୍କ ବଦାନ୍ୟତା ଦେଖିବାକୁ ମିଳିଛି ।ରାସ୍ତା ଦୁର୍ଘଟଣାଗସ୍ତ ଆହତଙ୍କୁ ଉଦ୍ଧାର କରି ହସପିଟାଲକୁ ପଠାଇଥିଲେ ବୋଲି ଜଣାପଡିଛି ।ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ମାଝିଗୁଡାଠାରେ ଏକ କାର ଗଛରେ ପିଟି ହୋଇ ପଡି ରହିଥିଲା ।ଅନେକ ଲୋକ ଉକ୍ତ ବାଟ ଦେଇ ଯାଉଥିଲେ ମଧ୍ୟ କେହି ଉଦ୍ଧାର କରି ନ ଥିଲେ ।ଏହି ସମୟରେ କୋରାପୁଟ ବିଧାୟକ ଶ୍ରୀ ପଡାଲ ନବରଙ୍ଗପୁର ଯାଉଥିବା ବେଳେ କାରଟି ଦୂର୍ଘଟଣାଗସ୍ତ ହୋଇଥିବା ଦେଖିବାକୁ ପାଇଥିଲେ । ତତକ୍ଷଣାତ ଦୁର୍ଘଟଣାଗସ୍ତ କାରରେ ଥିବା ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସକୁ ଫୋନ କରିଥିଲେ ।୧୦୮ ଆମ୍ବୁଲାନସ ପହଂଚିବା ପରେ ଶ୍ରୀ ପଡାଲ ଆହତମାନଙ୍କୁ  ନବରଙ୍ଗପୁର ହସପିଟାଲକୁ ପଠେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.