Home କୋରାପୁଟ କୋରାପୁଟ ପ୍ରମିୟର ଲିଗ ଭଲିବଲ ପ୍ରତିଯୋଗିତା ଉଦଘାଟିତ

କୋରାପୁଟ ପ୍ରମିୟର ଲିଗ ଭଲିବଲ ପ୍ରତିଯୋଗିତା ଉଦଘାଟିତ

64

କୋରାପୁଟ ୦୩-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ବିଜେଡି ତରଫରୁ କୋରାପୁଟ ପ୍ରିମିୟର ଲିଗ ଭଲିବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି ।କୋରାପୁଟ ବ୍ଲକ ଅନ୍ତର୍ଗତ ଡୁମୁରିପୁଟଠାରେ  ଆୟୋଜିତ ପ୍ରତିଯୋଗିତାରେ ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥି ବେହେରା  ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ,କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ , ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି ,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି  ଓ ଉପସଭାପତି ନାରସୁଲ କାମୁଡି ,ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ ,ସୁର୍ଯ୍ୟ ନାରାୟଣ ରଥ , ବାଲା ରାୟ  , ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି ଓ ପୂର୍ଣ୍ଣିମା ଜାନି , ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ  ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇଥିଲେ ।କୋରାପୁଟ ବ୍ଲକର ୮ ଟି ଦଳ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ରବିବାର ଦିନ ଫାଇନାଲ ପ୍ରତିଯୋଗିତା ଉଦଯାପିତ ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.