Home କୋରାପୁଟ କୋରାପୁଟ ପୌର ପରିଷଦରେ ସ୍ୱାୟତ ଶାସନ ଦିବସ ପାଳିତ

କୋରାପୁଟ ପୌର ପରିଷଦରେ ସ୍ୱାୟତ ଶାସନ ଦିବସ ପାଳିତ

150

କୋରାପୁଟ ; ତା୩୧-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ପୌର ପରିଷଦ ଦ୍ୱାରା ମହା ସମାରହୋରେ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଛି । ପ୍ରତ୍ୟୁଷରୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ଦ୍ୱାରା ରାମଧୂନ ଗାନ କରି ପ୍ରଭାତ ଫେରୀ କରାଯିବା ସହ ସହର ପରିକ୍ରମା କରାଯାଇଥିଲା ଓ ସହରର ବିଭିନ୍ନ ଛକରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ବିର୍ବାହି ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷ ଭଗବାନ ବାହିନୀପତି ଯୋଗ ଦେଇ ପୌର ପରିଷଦରେ ଜାତୀୟ ପତାକା ଉତୋଳନ କରିଥିଲେ । ଟାଉନ ହଲରେ ଏକ ସଭା ଅନୁଷ୍ଠିତ ହୋଇଥିଲା । କୋରାପୁଟ ସାସଂଦ ଝିନ୍ନ ହିକକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋରାପୁଟ ପୌର ପରିଷଦର ଉନ୍ନତି ପାଇଁ ବିଭିନ୍ନ ବକ୍ତବ୍ୟ ରଖିବା ସହ କୋରାପୁଟ ପୌର ପରିଷଦକୁ ଏକ ଆଦର୍ଶ ପୌର ପରିଷଦ ଭାବେ ଗଢିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଶ୍ୱାମିତ୍ର ନଗରରେ କର୍ମଚାରୀ ମାନଙ୍କ ବାସ ଭବନ ନିର୍ମାଣ,ନ୍ୟୁ ମାର୍କେଟର ଉନ୍ନତି କରଣ ଓ ଶୌଚାଳୟ ନିର୍ମାଣ ପାଇଁ ମୁଖ୍ୟ ଅତିଥି ଶିଳାନ୍ୟାସ କରିଥିଲେ । ସେହିପରି ପୌର ପରିଷଦର ପୂର୍ବତନ କାଉନସିଲର ସ୍ନେହଲତା ସାହୁ,ଶାନ୍ତୁନୁ ସୁନା,ପ୍ରଭାକର ମାଛ ଓ କଷ୍ଟି ତୁରୁକଙ୍କୁ ସମ୍ମାନୀତ କରା ଯାଇଥିବାବେଳେ ୨୦୧୮ ଦଶମ ପରୀକ୍ଷାରେ ସର୍ବୋଚ ନମ୍ବର ରଖିଥିବା ସ୍ୱୟଂ ସତ୍ୟ ପ୍ରଜ୍ଞ,ଏବଂ ପ୍ରସନ୍ନ ସାହୁଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଅନ୍ୟ ପକ୍ଷରେ ମଧୁବାବୁ ପେନସନ୍ ଯୋଜନାର ନୂତନ ହିତାଧିକାରୀଙ୍କୁ ପେନସନ ପ୍ରଦାନ ସହ ଝାଡୁଦାରମାନଙ୍କୁ ପୋଷାକ ପ୍ରଦାନ କରା ଯାଇଥିଲା ।କୋରାପୁଟ ସହରକୁ ସବୁଜ ସୁନ୍ଦର ରଖିବାକୁ ସମସ୍ତ ଜନସାଧାରଣଙ୍କୁ ପୈାରାଧ୍ୟକ୍ଷ ଶ୍ରୀ ବାହିନିପତି ଆହ୍ୱାନ ଦେଇଥିଲେ । ନନ୍ଦପୁର କଲେଜ ଅଧ୍ୟାପକ ରବି ଶତପଥି ମଂଚ ପରିଚାଳନା କରିଥିଲେ ।କାଉନସିଲର ରାମଚନ୍ଦ୍ର ମାଝି , ମନୋଜ କୁମାର ପଣ୍ଡା ,ଲିଲି ବୁରୁଡି , ଅମ୍ବିକା ଷଣ୍ଢ , ନମିତା ମିଶ୍ର , ସତ୍ୟଜିତ ଦାସ , ସୋମନାଥ ପୂଜାରୀ ,ମହେଶ୍ୱର ବାଘ ,ଜି .ବିଜୟ କୁମାର ରାଓ ,ମନିଷା ବିଶ୍ୱାସୀ , ଚନ୍ଦ୍ରପ୍ରଭା ହିଆଲ ,ଲକ୍ଷ୍ମି ମୁଦୁଲି , ନିଳା ପୂଜାରୀ ,ପ୍ରତିମା ମୁଦୁଲି ,ପଦଲାମ ଜାନି , ସୁନ୍ଦର ବଡନାୟକ ,ଲକ୍ଷ୍ମି କୁମାରୀ ଖୋସଲା ,ଟୁନି ି ଖରା ପ୍ରମୁଖ ସବାରେ ଉପସ୍ଥିତ ଥିଲେ ।ନିର୍ବାହି ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବାବେଳେ ପୈାରଯନ୍ତ୍ରୀ ରମେଶ କୁମାର ମହାରଣା , ସହକାରୀ ଯନ୍ତ୍ରୀ ଇଂମନୋଜ କୁମାର ପାତ୍ର ,କନିଷ୍ଠ ଯନ୍ତ୍ରୀ ନର୍ମଦା ସାହୁ , ଅଶୋକ ସାହା , ସିମାଞଳ ପଢିହାରୀ, ଭରତ ହାଲୁଆ ,ରଶ୍ମିତା ଦାଶ , ଦୁର୍ଗାମାଧବ ସାହୁ ଓ ଅନ୍ୟମାନେ ଯୋଗଦେଇ ସହାୟତା କରିଥିଲେ ।ଶେଷରେ ପୈାରାଧ୍ୟକ୍ଷା ସଂଜୁଲତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.