Home କୋରାପୁଟ କୋରାପୁଟ ପୈାରାଂଚଳକୁ ବାହ୍ୟ ମଳମୁକ୍ତ ଅଂଚଳ ଭାବେ ଘୋଷଣା କରାଗଲା

କୋରାପୁଟ ପୈାରାଂଚଳକୁ ବାହ୍ୟ ମଳମୁକ୍ତ ଅଂଚଳ ଭାବେ ଘୋଷଣା କରାଗଲା

230

କୋରାପୁଟ ; ତା୨୧-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ପୈାରାଂଚଳକୁ ବାହ୍ୟ ମଳ ମୁକ୍ତ ଅଂଚଳ ଭାବେ ଆଜି ଘୋଷଣା କରାଯାଇଛି ।କୋରାପୁଟ ପୈାରାଂଚଳ ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହା ଘୋଷଣା କରିଥିଲେ । ଏହି ଅବସରରେ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି , ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , ଡୁଡାର ପ୍ରକଳ୍ପ ନିଦେ୍ର୍ଦଶକ ମଧୁମିତା ନାୟକ ଓ ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି ଉପସ୍ଥିତ ଥିଲେ ।ଏହି ଅବସରରେ ପୂର୍ବତନ କାଉନସିଲର ରାମଚନ୍ଦ୍ର ମାଝି , ବିଜୟ କୁମାର ରାଓ ,ନମିତା ମିଶ୍ର ଓ ଚନ୍ଦ୍ରପ୍ରଭା ହିଆଲ , ବିଜେଡି ନେତା ରଘୁରାମ ମାଛ , ଲଲାଟ ରଂଜନ ସେଠୀ , ଓକିଲ ଅଜିତ ପାତ୍ର ପ୍ରମୁଖ ଯୋଗଦେଇଥିଲେ । ପୈାରାଂଚଳ ଯନ୍ତ୍ରୀ ରମେଶ କୁମାର ମହାରଣା , ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ,ସିମାଞଳ ପଢିହାରୀ , ଅଶୋକ ସାହା ଓ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.