Home କୋରାପୁଟ କୋରାପୁଟ ଟାଉନ ପୋଲିସ ଦ୍ୱାରା୨୧ କିଲୋ  ୫୦୦ ଗ୍ରାମ ଗଞ୍ଜେଇ ଜବତ ଓ ୨ ଗିରଫ

କୋରାପୁଟ ଟାଉନ ପୋଲିସ ଦ୍ୱାରା୨୧ କିଲୋ  ୫୦୦ ଗ୍ରାମ ଗଞ୍ଜେଇ ଜବତ ଓ ୨ ଗିରଫ

28

କୋରାପୁଟ ୦୫-୧୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଟାଉନ ଥାନା ଅନ୍ତର୍ଗତ କେଚେଲା ରାସ୍ତାର ଶୋଭା ଅଫିସ ନିକଟରୁ ପୋଲିସ ଏକ କାର ସହ ୨୧କିଲୋ ୫୦୦ ଗ୍ରାମ  ଗଞ୍ଜେଇ  ଜବତ କରିଥିବାବେଳେ ଘଟଣାରେ  ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । କେଚେଲା  ଆଡୁ  କୋରାପୁଟକୁ  ସିଜି-୦୪ଏଚଏ ୬୮୪୩ ନମ୍ବର ଥିବା ଏକ କାରରେ ଗଞ୍ଜେଇ  ଚାଲାଣ ହେଉଥିବା ଟାଉନଥାନା  ଭାରପ୍ରପ୍ତ ନିରୀକ୍ଷକ ଅଧିକାରୀ ଧୀରେନ ପଟ୍ଟନାୟକଙ୍କୁ  ସୂଚନା ମିଳିଥିଲା ।  ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ସବ-ଇନସପେକ୍ଟର ଯୋଶବନ୍ତ ସେଲମା ଓ ଅନ୍ୟମାନେ  ଶୋଭା ଅଫିସ ସମୁଖରେ  ଗାଡିକୁ ଅପେକ୍ଷା କରିଥିଲେ । ସମ୍ପୃକ୍ତ କାର ଆସିବା ମାତ୍ରେ ପୋଲିସ ଟିମ ଅଟକାଇ ଯାଂଚ କରିବା ବେଳକୁ  କାରରୁ ୨ଟି ଜରି ଅଖାରେ ରଖା ଯାଇଥିବା ୨୧ କିଲୋ ୫୦୦ ଗ୍ରାମ ଗଞ୍ଜେଇ  ମିଳିଥିଲା । ପୋଲିସ ଗଞ୍ଜେଇ   ଓ  କାରକୁ ଜବତ କରିବା ସହ ଚୋରା ଗଞ୍ଜେଇ   ଚାଲାଣ ଅଭିଯୋଗରେ  ସଦର ଥାନା ସୁକୁ ଗ୍ରାମର  ମୋହନଦାସ ଖୀଲ ଓ ଟାଉନଥାନା ଜାନୀଗୁଡା ଗ୍ରାମର କାର ଡ୍ରାଇଭର ମନୋଜ ବାରିକକୁ  ଗିରଫ କରି  କୋର୍ଟ ଚାଲାଣ କରିଛି । ସବ-ଇନସପେକ୍ଟର ଚିତ ରଂଜନ ପ୍ରଧାନୀ  ଗିରଫ ଅଭିଯୁକ୍ତ ମାନଙ୍କ  ବିରୁଦ୍ଧରେ  ଏନଡିପିଏସ ଆକ୍ଟରେ ଏକ ମାମଲା(କେସ ନଂ-୨୭୦/୨୦୨୧)  ରୁଜୁ କରି  ତଦନ୍ତ କରୁଛନ୍ତି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.