Home କୋରାପୁଟ               କୋରାପୁଟ ଜିଲ୍ଲାରେ ୫୮ଜଣ କରୋନା ପଜିଟିଭ ଚିହ୍ନଟ  

              କୋରାପୁଟ ଜିଲ୍ଲାରେ ୫୮ଜଣ କରୋନା ପଜିଟିଭ ଚିହ୍ନଟ  

49

କୋରାପୁଟ ୦୪-୦୭(ଓଡିଆ ପୁଅ /ରଂଜନ ଦାସ)ରବିବାର କୋରାପୁଟ ଜିଲ୍ଲାରେ  ୨୪ଜଣ ମହିଳାଙ୍କ ସମେତ   ୫୮ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୩୦୮ ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ସର୍ବାଧିକ ୧୧ ଏବଂ ଜୟପୁର ପୌରାଂଚଳରୁ ୮  ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ସେହିପରି  ଆଜି  ବନ୍ଧୁଗାଁ ବ୍ଲକରୁ ୨,ବୈପାରିଗୁଡା ବ୍ଲକରୁ ୫,ବୋରିଗୁମ୍ମା ବ୍ଲକରୁ ୧,ଦଶମନ୍ତପୁର ବ୍ଲକରୁ ୧,ଜୟପୁର ବ୍ଲକରୁ ୬ ଓ କୋରାପୁଟ ବ୍ଲକରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୨,ଲମତାପୁଟ ବ୍ଲକରୁ ୫, ଲକ୍ଷ୍ମୀପୁର ବ୍ଲକରୁ ୭,ନାରାୟଣପାଟଣା ବ୍ଲକରୁ ୧ ଓ ସେମଲିଗୁଡା ବ୍ଲକରୁ  ୪ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି । ସୁନାବେଡା ପୌରାଂଚଳ ,କୋଟପାଡ ଏନଏସି ସମେତ  କୁନ୍ଦୁରା,ନନ୍ଦପୁର ଓ ପଟ୍ଟାଙ୍ଗୀ  ବ୍ଲକରୁ ଆଜି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୪  ତାରିଖ ସୁଦ୍ଧା ୩ ଲକ୍ଷ ୮୪ ହଜାର ୨୭୯ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୭୫୬୪ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୬୮୨ ଟି ସକ୍ରୀୟ କେସ ରହିଛି ।  ଜିଲ୍ଲାରେ ଆଜି   ସୁଦ୍ଧା  କରୋନା ଜନିତ  ମୋଟ ମୃତ୍ୟୁ ସଂଖ୍ୟା    ୬୨ରେ  ରହିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.