Home କୋରାପୁଟ କୋରାପୁଟ ଜିଲ୍ଲା ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ନୂତନ କର୍ମକର୍ତା ନିର୍ବାଚିତ

କୋରାପୁଟ ଜିଲ୍ଲା ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ନୂତନ କର୍ମକର୍ତା ନିର୍ବାଚିତ

77

କୋରାପୁଟ ୨୮-୦୭ (ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ କୋରାପୁଟ ଜିଲ୍ଲା ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସଂଘର ସଭାପତି ସୁରେଶ କୁମାର ହୋତା,  ସତ୍ୟ ନାରାୟଣ ରଥ ଓ ବିପିନ ମହାରଣାଙ୍କ ପରିଚାଳନାରେ ଅନୁଷ୍ଟିତ ନିର୍ବାଚନରେ ତିଲକ ଖେମୁଣ୍ଡୁ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ପ୍ରଳୟ କୁମାର ତ୍ରୀପାଠୀ (ଉପସଭାପତି), ନରସିଂହ ପଟନାୟକ(ସଂପାଦକ),  ମୁରଲୀଧର ସାରକା(ଯୁଗ୍ମ ସଂପାଦକ) କିଶୋର ଚନ୍ଦ୍ର ମିଶ୍ର (କୋଷାଧକ୍ଷ), ଭାଗିରଥି ନାୟକ (ସମୀକ୍ଷକ) ଭାବେ ନିବ୭ାଚିତ ହୋଇଥିଲେ।ବାବାଜି ଚରଣ ପାଣିଗ୍ରହୀ ଓ ରଂଜିତ କୁମାର ପଟନାୟକ ରାଜ୍ୟ କାଉନସିଲ ସଦସ୍ୟ ଭାବେ ମନୋନୀତ ହୋଇଥିବା ବେଳେ ମାର୍କଣ୍ଡ କୁମାର ପାଢୀ ଓ ଅର୍ଜୁନ ଟାକ୍ରୀ ପାରମର୍ଶଦାତା ଭାବେ ମନୋନୀତ ହୋଇଥିଲେ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.