Home କୋରାପୁଟ କୋରାପୁଟ ଜିଲ୍ଲା ଜିଆରଏସ ସଂଘର ଜରୁରୀକାଳୀନ ବୈଠକ

କୋରାପୁଟ ଜିଲ୍ଲା ଜିଆରଏସ ସଂଘର ଜରୁରୀକାଳୀନ ବୈଠକ

81

କୋରାପୁଟ ୨୫-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ ଦେଓଘାଟି ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଗ୍ରାମ ରୋଜଗାର ସେବକ ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ସଂଘ ସଭାପତି ପାର୍ଥ ସାରଥି ବିଷୋୟୀଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ବୈଠକରେ ଜିଆରଏସମାନେ ପୂର୍ବରୁ  ସିଧାସଳଖ ଜିଲ୍ଲାସ୍ତରରେ ଯୋଗ୍ୟ ତାଲିକାରୁ ପିଇଓ ପଦବୀକୁ ଉନ୍ନିତ ହେଉଥିଲେ କିନ୍ତୁ  ପଂଚାୟତ ନିର୍ବାହୀ ଅଧିକାରୀ ଆଇନ ୨୦୨୧ ବଳରେ ଖାଲିଥିବା ପିଇଓ ପଦବୀରୁ ୩୦% ଜିଆରଏସ ପାଉଥିବା ଅଧିକାରକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଥିବାରୁ ଉଦବେଗ ପ୍ରକାଶ ପାଇଥିଲା ।ଏହାର ପୁନଃ ବିଚାର କରିବାକୁ  ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଥିଲା ।ଜିଆରଏସମାନଙ୍କୁ ସ୍ଥାୟୀ କରିବାକୁ ଦାବି କରାଯାଇଥିଲା ।ଏହି ବୈଠକରେ ରାଜ୍ୟ ସଂଘର ଉପସଭାପତି ଅମରବର ମଲ୍ଲିକଙ୍କ ସହ ଜିଲ୍ଲାର ୧୪ ଟି ବ୍ଲକର ସଦସ୍ୟ ଓ ସଦସ୍ୟମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.