Home କୋରାପୁଟ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ଆଉଜଣେ କାର୍ଯ୍ୟକାରୀ ସଭାପତି ମନୋନୀତ ; ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ...

କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ଆଉଜଣେ କାର୍ଯ୍ୟକାରୀ ସଭାପତି ମନୋନୀତ ; ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ କାର୍ଯ୍ୟକାରୀ ସଭାପତି ହେଲେ

120

କୋରାପୁଟ ; ତା୧୬-୦୮-୧୮(ଓଡିାାପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା କଂଗ୍ରେସ ର ୪ ଜଣ ବିଧାୟକ ରହିଥିବା ବେଳେ ବିଧାୟକମାନଙ୍କ ମଧ୍ୟରେ ମତଭେଦ ରହିଥିବାରୁ ପ୍ରଦେଶ କଂଗ୍ରେସ କମିଟି ସମନ୍ନୟ ରକ୍ଷା ନିମନ୍ତେ ଆଉଜଣେ କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା କରିଛନ୍ତି ।ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରିଥିବା ଜଣାପଡିଛି ।କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ ଲକ୍ଷ୍ମିପୁର ବିଧାୟକ କୈଳାସ କୁଲେସିକାଙ୍କ ଖାସ ସମର୍ଥକ କୁହାଯାଉଥିବା ରୁପକ ତୁରୁକଙ୍କୁ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତିଭାବେ ମନୋନୀତ କରିବାପରେ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନିପତିଙ୍କ କୋରାପୁଟ ବାସଭବନରେ ଏକ ଜରୁରୀକାଳୀନ ବୈଠକ ହୋଇଥିଲା ଓ କାର୍ଯ୍ୟକାରୀ ସଭାପତି ମନୋନୟନକୁ ବିରୋଧ କରାଯାଇଥିଲା ।ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ଶ୍ରୀମତୀ ବାହିନିପତିଙ୍କ ନେତୃତ୍ୟରେ କୋରାପୁଟ ଜିଲ୍ଲାରେ କଂଗ୍ରେସ ୪ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଥିବା ବେଳେ କାହିଁକି କୋରାପୁଟ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି ପଦବୀ ସୃଷ୍ଟି କରାଗଲା ବୋଲି କଂଗ୍ରେସ କର୍ମି ଓ ନେତାମାନେ ବୈଠକରେ ମତବ୍ୟକ୍ତ କରିଥିଲେ ।ଉକ୍ତ ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି , କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି , ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ପ୍ରମୁଖ ଯୋଗଦେଇଥିଲେ ।ଏହାପରେ ରୁପକ ତୁରୁକଙ୍କୁ କୋରାପୁଟରେ ସମ୍ବର୍ଦ୍ଧନା ଦିଆଯାଇଥିଲା ଉକ୍ତ ବୈଠକରେ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ଶ୍ରୀମତୀ ବାହିନିପତି , କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି , ଜୟପୁର ବିଧାୟକ ଶ୍ରୀ ବାହିନିପତି ଓ କୋଟପାଡ ବିଧାୟକ ଶ୍ରୀ ମାଝି ଓ ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ଶ୍ରୀ କାଡାମ ଅନୁପସ୍ଥିତ ରହିଥିଲେ ।ଏଥିରୁ ସ୍ପଷ୍ଟଭାବେ ବାରି ହୋଇଯାଉଥିଲା ଯେ କୋରାପୁଟ ଜିଲ୍ଲା କଂଗ୍ରେସ ୨ ଭାଗରେ ବିଭକ୍ତ ହୋଇଗଲା ।ପ୍ରଦେଶ କଂଗ୍ରେସ କମିଟି ନିଦେ୍ର୍ଦଶନୁସାରେ କାର୍ଯ୍ୟକାରୀ ସଭାପତି ରୁପକ ତୁରୁକ କୋରାପୁଟ ଓ ଲକ୍ଷ୍ମିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦିଆଯାଇଥିଲା ।ଏବେ ପୁଣି ଆଉଜଣଙ୍କୁ କାର୍ଯ୍ୟକାରୀ ସଭାପତି ପଦ ଦିଆଯାଇଥିବାରୁ କଂଗ୍ରେସରେ ପୁଣି ଫାଟ ସୃଷ୍ଟି ହେବ ନାହିଁ ତ ! ବୋଲି ସାଧାରଣରେ ଆଲୋଚନା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.