Home କୋରାପୁଟ କୋରାପୁଟ ଜିଲ୍ଲାର ୨୬ଟି ବିଦେଶୀ ମଦ ଦୋକାନ ନିମନ୍ତେ ଲଟେରୀ ଉଠାଣ ଶେଷ

କୋରାପୁଟ ଜିଲ୍ଲାର ୨୬ଟି ବିଦେଶୀ ମଦ ଦୋକାନ ନିମନ୍ତେ ଲଟେରୀ ଉଠାଣ ଶେଷ

38

କୋରାପୁଟ ୦୯-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ୨୬ ଟି ବିଦେଶୀ ମଦ ଦୋକାନ ନିମନ୍ତେ ଲଟେରୀ ଉଠାଣ ଶେଷ ହୋଇଯାଇଛି ।କୋରାପୁଟ ଜିଲ୍ଲାର ୨୬ ଟି ଦୋକାନ ନିମନ୍ତେ ୭୭୪ ଜଣ ଆବେଦନ କରିଥିଲେ ।ନଥିପତ୍ର ଯାଂଚ ବେଳେ ସେଥିରୁ ୧୧ ଟି ଆବେଦନ ନାକଚ ହୋଇଯାଇଥିଲା ।ପ୍ରତି ମଦ ଦୋକାନ  ନିମନ୍ତେ  ହୋଇଥିବା ଲଟେରୀ ବ୍ୟବସ୍ଥାରେ ସମସ୍ତ ଟୋକନକୁ ଗୋଟିଏ ପ୍ଲାଷ୍ଟିକ ଜାରରେ ପକାଯାଇଥିଲା ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ଆଖିରେ କଳାପଟି ପକାଇ ଲଟେରୀ ଉଠାଇଥିଲେ ।କୋଭଡ ଗାଇଡଲାଇନ ଅନୁଯାୟୀ ସମସ୍ତ ଅଂଶଗ୍ରହଣ କାରୀ ପ୍ରବେଶ କରିବା ସମୟରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସାନିଟାଇଜର ବ୍ୟବସ୍ଥା କରାଯାଇଥିଲା ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ  ଓ  ଜୟପୁର ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ଅବକାରୀ ଅଧିକ୍ଷକ ହେମକାନ୍ତ ସାଏ  ଯୋଗଦେଇ ପରିଚାଳନା କରିଥିବା ବେଳେ କୋରାପୁଟ ଅବକାରୀ ନିରୀକ୍ଷକ ତେଜରାଜ ଜାନି , ଜୟପୁର ଅବକାରୀ ନିରୀକ୍ଷକ ବିମ୍ବାଧର ପଣ୍ଡାଙ୍କ ସହ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.