Home କୋରାପୁଟ କୋରାପୁଟ ଜିଲ୍ଲାର ୧୧ ଜଣ ପୋଲିସ ଇନ୍ସପେକ୍ଟରଙ୍କ ବଦଳି

କୋରାପୁଟ ଜିଲ୍ଲାର ୧୧ ଜଣ ପୋଲିସ ଇନ୍ସପେକ୍ଟରଙ୍କ ବଦଳି

18

କୋରାପୁଟ ୨୦-୧୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ୧୧ ଜଣ ପୋଲିସ ଇନ୍ସପେକ୍ଟରଙ୍କୁ ଏସପି ବରୁଣ ଗୁଣ୍ଠୁପାଲ୍ଲି ବଦଳି କରିଥିବା ଜଣାପଡିଛି। ସେମିଳିଗୁଡା ଥାନାର ଇନ୍ସପେକ୍ଟର କ୍ଷିରେଶ୍ୱର ସାହୁଙ୍କୁ ବୋରିଗୁମ୍ମାକୁ ବଦଳି କରାଯାଇଥିବା ବେଳେ ସୁନାବେଡା ଥାନାର ଇନ୍ସପେକ୍ଟର ପ୍ରଦ୍ୟୁମ୍ନ ମହାପାତ୍ରଙ୍କୁ ସେମିଳିଗୁଡା, ଦାମନଯୋଡି ଥାନାର ଇନ୍ସପେକ୍ଟର ସମ୍ବିତ କୁମାର ବେହେରାଙ୍କୁ ସୁନାବେଡା, ଲକ୍ଷ୍ମୀପୁର ଥାନାର ଇନ୍ସପେକ୍ଟର ଗୌରହରି ସାହୁଙ୍କୁ ଦାମନଯୋଡି,କୋରାପୁଟ ହେଡକ୍ୱାଟର୍ସ ଇନ୍ସପେକ୍ଟର ଏସ.ପି.ସେଠଙ୍କୁ ଲକ୍ଷ୍ମୀପୁର, ବୈପାରୀଗୁଡା ଥାନାର ଇନ୍ସପେକ୍ଟର ଇଶ୍ଵର ତାଣ୍ଡିଙ୍କୁ ଜଯପୁର ସଦର ଥାନା, କୁନ୍ଦ୍ରା ଥାନାର ଇନ୍ସପେକ୍ଟର ଅଶ୍ୱନୀ ପଟ୍ଟନାୟକଙ୍କୁ ବୈପାରୀଗୁଡା,କୋରାପୁଟ ସଦର ଥାନାର ସମର୍ପିତା ସ୍ବାଇଁଙ୍କୁ କୂନ୍ଦ୍ରା, କୋରାପୁଟ ହେଡକ୍ୱାଟର୍ସ ଇନ୍ସପେକ୍ଟର କୀରଣବାଲା ସାମଲଙ୍କୁ କୋରାପୁଟ ସଦର, ନନ୍ଦପୁର ଥାନାର ଇନ୍ସପେକ୍ଟର କପିଳେଶ୍ୱର ବେହେରାଙ୍କୁ ମାଛକୁଣ୍ଡ ଏବଂ ମାଛକୁଣ୍ଡ ଥାନାର ଇନ୍ସପେକ୍ଟର ପ୍ରଫୁଲ୍ଲ ଲାକ୍ରାଙ୍କୁ ନନ୍ଦପୁର ଥାନାକୁ ବଦଳି କରଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.