Home କୋରାପୁଟ  କୋରାପୁଟ ଜିଲ୍ଲାର୧୭ ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ

 କୋରାପୁଟ ଜିଲ୍ଲାର୧୭ ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ

16

କୋରାପୁଟ ୨୯-୧୧(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ୧୭ ଟି ରୂପାନ୍ତରିତ ହାଇସ୍କୁଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପିତ କରିଛନ୍ତି ।କୋରାପୁଟ ଜିଲ୍ଲାର କାକିରିଗୁମ୍ମା ହାଇସ୍କୁଲ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ।ଦଶମଶ୍ରେଣୀ ଛାତ୍ରୀ ତପସ୍ପିନି ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ।ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ , ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ,ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି ,କୋରାପୁଟ ବିଧାୟକ ରଘୁରାମ ପଡାଲ ,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟଜିଲ୍ଲାରବନ୍ଧୁଗାଁ,ନାରିଗାଁ,କୁମୁଲି,ପୋଡାଗଡ,ଆମ୍ବାଗୁଡା,କୁସୁମି,କୁନ୍ଦ୍ରା,ଲମତାପୁଟ,କାକିରିଗୁମ୍ମା,ନନ୍ଦପୁର,ପାଡୁଆ,ନାରାୟଣପାଟଣା,ପଟ୍ଟାଙ୍ଗୀ,ହାଟଗୁଡା ଓ ସେମିଲିଗୁଡା ହାଇସ୍କୁଲ ସମେତ କୋରାପୁଟ ସରକାରୀ ବାଳିକା ହାଇସ୍କୁଲ ଏହିପରି ପ୍ରଥମ ପର୍ଯ୍ୟାୟରେ ୧୭ ଟି ହାଇସ୍କୁଲ ରୂପାନ୍ତରଣ କରାଯାଇଛି ।ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସାଏ,ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ, ଲକ୍ଷ୍ମିପୁର ବିଡିଓ ପ୍ରୀତିରଞ୍ଜନ ରଥ , ଜିଲ୍ଲା ସୂଚନା ଓଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ,ବିଦ୍ୟାଲୟ ପ୍ରଧାନଶିକ୍ଷକ  ଉପେନ୍ଦ୍ର ସୁନାନୀ ପ୍ରମୁଖ ଯୋଗଦେଇ ପରିଚାଳନା କରିଥିବା ବେଳେ ହିମାଂଶୁ ଶତପଥି ଓ ମନୋଜ ଦାସ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.