Home କୋରାପୁଟ  କୋରାପୁଟ ଜିଲ୍ଲାରେ ୮ କରୋନା ପଜିଟିଭ ଚିହ୍ନଟ

 କୋରାପୁଟ ଜିଲ୍ଲାରେ ୮ କରୋନା ପଜିଟିଭ ଚିହ୍ନଟ

21

କୋରାପୁଟ ୧୦-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ  ଶନିବାର ଦିନ ୬ଜଣ ମହିଳାଙ୍କ ସମେତ ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଜୟପୁର ପୌରପରିଷଦର  ଜୟନଗରରୁ ୨,ନୂଆସାହି,ପାୱାରହାଉସ କଲୋନୀ ଓ ପ୍ରସାଦରାଓପେଟାରୁ ଜଣେ ଲେଖାଏଁ  ଚିହ୍ନଟ ହୋଇଥିବା ବେଳେ କୋରାପୁଟ ପୌରପରିଷଦର ଗାନ୍ଧିନଗରରୁ ଜଣେ  ଏବଂ କୋଟପାଡ ଏନଏସିର ଧୂଲପୁରରୁ ଜଣେ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି ଦଶମନ୍ତପୁର ବ୍ଲକ ସଦର ମହକୁମାର ନୂଆସାହିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ ୯ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର ୧ଲକ୍ଷ ୭୪ ହଜାର ୩୩୦ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.