Home କୋରାପୁଟ କୋରାପୁଟ ଜିଲ୍ଲାରେ ୮୭ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୮୭ଜଣ କରୋନା ପଜିଟିଭ ଚିହ୍ନଟ

35

କୋରାପୁଟ ୧୩-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ  ରାବିବାର ଦିନ ୩୬ଜଣ ମହିଳାଙ୍କ ସମେତ  ୮୭ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୬୯୦୯ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ୧୦ ଜଣ  ଚିହ୍ନଟ ହୋଇଥିବାବେଳେ  ଜୟପୁର ପୌରାଂଚଳରୁ ୧୪,ସୁନାବେଡା ପୌରାଂଚଳରୁ  ୧୨ ଏବଂ କୋଟପାଡ ଏନଏସିରୁ  ୩ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ଦଶମନ୍ତପୁର ଏବଂ କୋରାପୁଟ  ବ୍ଲକରୁ ରବିବାର କେହି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ଜଣା ପଡିଛି । ସେହିପରି ବନ୍ଧୁଗାଁ ବ୍ଲକରୁ ୮,ବୈପାରିଗୁଡା ବ୍ଲକରୁ ୩,ବୋରିଗୁମ୍ମା ବ୍ଲକରୁ ୧୬,ଜୟପୁର ବ୍ଲକରୁ ୩  ଜଣ  ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୧,କୁନ୍ଦୁରା ବ୍ଲକରୁ ୪,ଲମତାପୁଟ ବ୍ଲକରୁ ୧,ଲକ୍ଷ୍ମୀପୁର ବ୍ଲକରୁ ୧,ନନ୍ଦପୁର ବ୍ଲକରୁ ୧,ନାରାୟଣପାଟଣା ବ୍ଲକରୁ ୩,ପଟ୍ଟାଙ୍ଗୀ ବ୍ଲକରୁ ୧  ଏବଂ  ସେମିଲିଗୁଡା  ବ୍ଲକରୁ  ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୧୨  ତାରିଖ ସୁଦ୍ଧା ୩ ଲକ୍ଷ  ୧୧ ହଜାର ୩୩୫  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୧୨  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୫୩୦୦  ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୫୬୫ଟି ସକ୍ରୀୟ କେସ ରହିଛି ଓ  ୪୪ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.