Home କୋରାପୁଟ କୋରାପୁଟ ଜିଲ୍ଲାରେ  ୭୨ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ  ୭୨ଜଣ କରୋନା ପଜିଟିଭ ଚିହ୍ନଟ

20

କୋରାପୁଟ ୧୯-୦୬(ଓଡିଆ ପୁଅ /ରଂଜନ ଦାସ)  କୋରାପୁଟ ଜିଲ୍ଲାରେ  ଶନିବାର ଦିନ ୩୬ଜଣ ମହିଳାଙ୍କ ସମେତ  ୭୨ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୭୩୨୨ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୧୪ ଜଣ  ଚିହ୍ନଟ ହୋଇଥିବାବେଳେ  ଜୟପୁର ପୌରାଂଚଳରୁ ୧୧ ଓ ସୁନାବେଡା ପୌରାଂଚଳରୁ  ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋଟପାଡ ଏନଏସିରୁ  କେହି  ଆକ୍ରାନ୍ତ  ଚିହ୍ନଟ ହୋଇ ନ ଥିବା ଜଣାପଡିଛି ।   ସେହିପରି ବୈପାରୀଗୁଡା ,ନନ୍ଦପୁର ଓ ପଟ୍ଟାଙ୍ଗୀ ବ୍ଲକରୁ କେହି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ଜଣାପଡିଛି ।ବନ୍ଧୁଗାଁ  ବ୍ଲକରୁ ୧,ବୋରିଗୁମ୍ମାରୁ ୨,ଦଶମନ୍ତପୁରରୁ ୩,ଜୟପୁର ବ୍ଲକରୁ ୧୦ ଓ କୋରାପୁଟ ବ୍ଲକରୁ ୯  ଜଣ  ଚିହ୍ନଟ ହୋଇଥିବାବେଳେ  କୋଟପାଡ  ବ୍ଲକରୁ ୩,କୁନ୍ଦୁରାରୁ ୨,ଲମତାପୁଟରୁ ୩, ଲକ୍ଷ୍ମୀପୁରରୁ ୨,  ନାରାୟଣପାଟଣା ବ୍ଲକରୁ ୧ଏବଂ ସେମିଲିଗୁଡା ବ୍ଲକରୁ ୨  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୧୮  ତାରିଖ ସୁଦ୍ଧା ୩ ଲକ୍ଷ  ୨୧ ହଜାର ୫୩୬  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୧୮ ତାରିଖ  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୬୨୮୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୯୮୬ଟି ସକ୍ରୀୟ କେଶ ରହିଛି ଓ  ୪୭ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.