କୋରାପୁଟ ୨୮-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ବୁଧୁବାର ଦିନ ୨୮ଜଣ ମହିଳାଙ୍କ ସମେତ ୬୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୧୦,ଜୟପୁର ପୌରାଂଚଳରୁ ୧୪ ,ସୁନାବେଡା ପୌରାଂଚଳରୁ ୭ ଏବଂ କୋଟପାଡ ଏନଏସିରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକରୁ ୬,ବୈପାରିଗୁଡା ବ୍ଲକରୁ ୨,ବୋରିଗୁମ୍ମା ବ୍ଲକରୁ ୩,ଦଶମନ୍ତପୁର ବ୍ଲକରୁ ୨,ଜୟପୁର ବ୍ଲକରୁ ୫ ଓ କୋରାପୁଟ ବ୍ଲକରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।କୋଟପାଡ ବ୍ଲକରୁ ୪,କୁନ୍ଦୁରା ବ୍ଲକରୁ ୧, ପଟ୍ଟାଙ୍ଗୀ ବ୍ଲକରୁ ୧ ଏବଂ ସେମିଲିଗୁଡା ବ୍ଲକରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ ୨୭ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୨ ଲକ୍ଷ ୧୫ ହଜାର ୯୨୯ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । କୋରାପୁଟ ଜିଲ୍ଲାରେ ବର୍ତମାନ ସୁଦ୍ଧା ମୋଟ ୮୬୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮୧୦୨ଜଣ ସୁସ୍ଥ ହୋଇ ସାରିଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆ ଯାଇଛି । ଜିଲ୍ଲାରେ ବର୍ତମାନ ମାତ୍ର ୫୬୬ଟି ଏକ୍ଟିଭ କେସ ଥିବାବେଳେ ୧୭ଜଣଙ୍କର ମୃତ୍ୟୁ ହୋଇଛି ।