Home କୋରାପୁଟ କୋରାପୁଟ ଜିଲ୍ଲାରେ  ୬୧ଜଣ କରୋନା ପଜିଟିଭ ଚିହ୍ନଟ,ଜଣେ ମୃତ

କୋରାପୁଟ ଜିଲ୍ଲାରେ  ୬୧ଜଣ କରୋନା ପଜିଟିଭ ଚିହ୍ନଟ,ଜଣେ ମୃତ

36

କୋରାପୁଟ  ୨୯-୦୬(ଓଡିଆ ପୁଅ /ରଂଜନ ଦାସ) ମଙ୍ଗଳବାର କୋରାପୁଟ ଜିଲ୍ଲାରେ  ୨୯ଜଣ ମହିଳାଙ୍କ ସମେତ   ୬୧ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୦୧୩ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୧୨,  ଜୟପୁର ପୌରାଂଚଳରୁ ୭,ସୁନାବେଡା ପୌରାଂଚଳରୁ  ୪ ଓ କୋଟପାଡ ଏନଏସିରୁ  ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ସେହିପରି  ଆଜି  ବନ୍ଧୁଗାଁ ବ୍ଲକରୁ ୩,ବୈପାରିଗୁଡା ବ୍ଲକରୁ ୧,ବୋରିଗୁମ୍ମା ବ୍ଲକରୁ ୨,ଦଶମନ୍ତପୁର ବ୍ଲକରୁ ୧, ଜୟପୁର ବ୍ଲକରୁ ୫  ଓ କୋରାପୁଟ ବ୍ଲକରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୧, କୁନ୍ଦୁରା ବ୍ଲକରୁ ୫,ଲମତାପୁଟ ବ୍ଲକରୁ ୨,ନନ୍ଦପୁର ବ୍ଲକରୁ ୪ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି । ଲକ୍ଷ୍ମୀପୁର,ନାରାୟଣପାଟଣା,ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା ବ୍ଲକରୁ ଆଜି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୨୮  ତାରିଖ ସୁଦ୍ଧା ୩ ଲକ୍ଷ ୮୩ ହଜାର ୩୮୦ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୨୯  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୭୧୭୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୭୮୫ଟି ସକ୍ରୀୟ କେଶ୍‌  ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ଆଜି   ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ  ହୋଇଥିବାବେଳେ ଜିଲ୍ଲରେ  କରୋନାରେ  ମୃତ୍ୟୁ ସଂଖ୍ୟା ୫୭କୁ ଛୁଇଁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.