କୋରାପୁଟ ୨୯-୦୪ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ ୧୯ଜଣ ମହିଳାଙ୍କ ସମେତ ୫୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୯ ,ଜୟପୁର ପୌରାଂଚଳରୁ ୩ ,ସୁନାବେଡା ପୌରାଂଚଳରୁ ୧୬ ଓ କୋଟପାଡ ଏନଏସିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ଓ ଦଶମନ୍ତପୁର ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡିଛି ।ସେମିଲିଗୁଡା ,ଲମତାପୁଟ ,କୁନ୍ଦ୍ରା ଓ କୋଟପାଡ ବ୍ଲକରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ନନ୍ଦପୁର ,ଲକ୍ଷ୍ମିପୁର ଓ ପଟ୍ଟାଙ୍ଗୀ ବ୍ଲକରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡିଛି ।ସେହିପରି କୋରାପୁଟ ବ୍ଲକରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ବୋରିଗୁମ୍ମା ବ୍ଲକରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ା ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ ୨୮ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୨ ଲକ୍ଷ ୧୯ ହଜାର ୬୯୮ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।