Home କୋରାପୁଟ କୋରାପୁଟ  ଜିଲ୍ଲାରେ ୫୬ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ  ଜିଲ୍ଲାରେ ୫୬ଜଣ କରୋନା ପଜିଟିଭ ଚିହ୍ନଟ

41

କୋରାପୁଟ ୧୬-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ବୁଧୁବାର ଦିନ  ୨୩ଜଣ ମହିଳାଙ୍କ ସମେତ  ୫୬ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୭୦୯୩ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୭ ଜଣ  ଚିହ୍ନଟ ହୋଇଥିବାବେଳେ  ଜୟପୁର ପୌରାଂଚଳରୁ ୧୩,ସୁନାବେଡା ପୌରାଂଚଳରୁ  ୬  ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । କୋଟପାଡ ଏନଏସି ସମେତ ଜୟପୁର,କୋଟପାଡ,ନନ୍ଦପୁର ଓ ସେମିଲିଗୁଡା ବ୍ଲକରେ ଆଜି  କେହି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ଜଣାପଡିଛି । ସେହିପରି  ବୁଧବାର ବନ୍ଧୁଗାଁ ବ୍ଲକରୁ ୨,ବୈପାରିଗୁଡା ବ୍ଲକରୁ ୪,ବୋରିଗୁମ୍ମା ବ୍ଲକରୁ ୨ ଓ କୋରାପୁଟ ବ୍ଲକରୁ ୫  ଜଣ  ଚିହ୍ନଟ ହୋଇଥିବାବେଳେ  କୁନ୍ଦୁରା ବ୍ଲକରୁ ୧,ଲମତାପୁଟ ବ୍ଲକରୁ ୨,ଲକ୍ଷ୍ମୀପୁର ବ୍ଲକରୁ ୫,ନାରାୟଣପାଟଣା ବ୍ଲକରୁ ୩,ପଟ୍ଟାଙ୍ଗୀ ବ୍ଲକରୁ ୩  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୧୫  ତାରିଖ ସୁଦ୍ଧା ୩ ଲକ୍ଷ  ୧୩ ହଜାର ୯୦୯  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୧୫ ତାରିଖ  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୫୮୯୦  ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୧୫୯ଟି ସକ୍ରୀୟ କେସ  ରହିଛି ଓ  ୪୪ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.