Home କୋରାପୁଟ କୋରାପୁଟ ଜିଲ୍ଲାରେ ୫୫ଜଣ କରୋନା ପଜିଟିଭ ଚିହ୍ନଟ ,୩ ମୃତ

କୋରାପୁଟ ଜିଲ୍ଲାରେ ୫୫ଜଣ କରୋନା ପଜିଟିଭ ଚିହ୍ନଟ ,୩ ମୃତ

25

କୋରାପୁଟ ୦୩-୦୭(ଓଡିଆ ପୁଅ /ରଂଜନ ଦାସ)ଶନିବାର କୋରାପୁଟ ଜିଲ୍ଲାରେ  ୨୨ଜଣ ମହିଳାଙ୍କ ସମେତ   ୫୫ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୨୫୦ ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଳରୁ ୭,  ଜୟପୁର ପୌରାଂଚଳରୁ ୫ ଓ ସୁନାବେଡା ପୌରାଂଚଳରୁ  ୮  ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ସେହିପରି  ଆଜି  ବୋରିଗୁମ୍ମା  ବ୍ଲକରୁ ୬,ଦଶମନ୍ତପୁର ବ୍ଲକରୁ ୧,ଜୟପୁର ବ୍ଲକରୁ ୧ ଓ କୋରାପୁଟ ବ୍ଲକରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୨,ଲମତାପୁଟ ବ୍ଲକରୁ ୫,ନାରାୟଣପାଟଣା ବ୍ଲକରୁ ୩,ପଟ୍ଟାଙ୍ଗୀ ବ୍ଲକରୁ ୧  ଓ ସେମଲିଗୁଡା ବ୍ଲକରୁ  ୪ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି । କୋଟପାଡ ଏନଏସି ସମେତ ବନ୍ଧୁଗାଁ, ବୈପାରିଗୁଡା,କୁନ୍ଦୁରା,ଲକ୍ଷ୍ମୀପୁର ଓ ନନ୍ଦପୁର  ବ୍ଲକରୁ ଆଜି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୨  ତାରିଖ ସୁଦ୍ଧା ୩ ଲକ୍ଷ ୮୪ ହଜାର ୨୭୯ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୭୪୮୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୭୦୦ ଟି ସକ୍ରୀୟ କେସ  ରହିଛି ।  ଜିଲ୍ଲାରେ ଆଜି   ୩ ଜଣ କରୋନା ଆକ୍ରାନ୍ତଙ୍କ  ମୃତ୍ୟୁ ହୋଇଥିବାବେଳେ  ମୋଟ ମୃତ୍ୟୁ ସଂଖ୍ୟା    ୬୨ରେ  ପହଂଚିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.