Home କୋରାପୁଟ କୋରାପୁଟ ଜିଲ୍ଲାରେ ୫୨ଜଣ କରୋନା ପଜିଟିଭ ଚିହ୍ନଟ,ଜଣେ ମୃତ

କୋରାପୁଟ ଜିଲ୍ଲାରେ ୫୨ଜଣ କରୋନା ପଜିଟିଭ ଚିହ୍ନଟ,ଜଣେ ମୃତ

31

କୋରାପୁଟ ୩୦-୦୬(ଓଡିଆ ପୁଅ /ରଂଜନ ଦାସ) ବୁଧୁବାର ଦିନ କୋରାପୁଟ ଜିଲ୍ଲାରେ  ୨୨ଜଣ ମହିଳାଙ୍କ ସମେତ   ୫୨ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୦୬୫ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୬,  ଜୟପୁର ପୌରାଂଚଳରୁ ୭,ସୁନାବେଡା ପୌରାଂଚଳରୁ  ୯ ଓ କୋଟପାଡ ଏନଏସିରୁ  ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ସେହିପରି  ଆଜି  ବୈପାରୀଗୁଡା ବ୍ଲକରୁ ୫,ବୋରିଗୁମ୍ମା ବ୍ଲକରୁ୭,କୋରାପୁଟ ବ୍ଲକରୁ୫,ଜୟପୁର  ବ୍ଲକରୁ ୩, ଲମତାପୁଟ ବ୍ଲକରୁ୧, ନାରାୟଣପାଟଣା ବ୍ଲକରୁ ୪ ଓ ସେମିଲିଗୁଡା ବ୍ଲକରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ବନ୍ଧୁଗାଁ ,ଦଶମନ୍ତପୁର,ଲକ୍ଷ୍ମୀପୁର,ନନ୍ଦପୁର,ପଟ୍ଟାଙ୍ଗୀ,କୋଟପାଡ ଏବଂ  କୁନ୍ଦ୍ରା ବ୍ଲକରୁ ଆଜି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୨୯  ତାରିଖ ସୁଦ୍ଧା ୩ ଲକ୍ଷ ୮୪ ହଜାର ୨୭୯ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୩୦ ତାରିଖ  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୭୨୪୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୭୬୧ଟି ସକ୍ରୀୟ କେସ  ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ଆଜି   ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ  ହୋଇଥିବାବେଳେ ଜିଲ୍ଲାରେ  କରୋନାରେ  ମୃତ୍ୟୁ ସଂଖ୍ୟା ୫୮କୁ ଛୁଇଁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.