କୋରାପୁଟ ୨୨-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ ୧୫ଜଣ ମହିଳାଙ୍କ ସମେତ ୪୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନାଦିଆଯାଇଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୩,ଜୟପୁର ପୌରାଂଚଳରୁ ୯, ଓ ସୁନାବେଡା ପୌରାଂଚଳରୁ ୬ଜଣ ଚିହ୍ନଟ ହୋଇଥିବାବେଳେ କୋଟପାଡ ଏନଏସିରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକରୁ ୨,ବୋରିଗୁମ୍ମା ବ୍ଲକରୁ ୪,ଦଶମନ୍ତପୁର ବ୍ଲକରୁ ୧,ଜୟପୁର ବ୍ଲକରୁ ୨ ଓ କୋରାପୁଟ ବ୍ଲକରୁ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କୋଟପାଡ ବ୍ଲକରୁ ୨,କୁନ୍ଦ୍ରା ବ୍ଲକରୁ ୧ ,ଲକ୍ଷ୍ମୀପୁର ବ୍ଲକରୁ ୪ ଏବଂ ସେମିଲିଗୁଡା ବ୍ଲକରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ ମାସ ୨୧ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୨ ଲକ୍ଷ ୬ ହଜାର ୪୨୭ ଜଣଙ୍କୁ କରୋନା ଟୀକା କରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।