କୋରାପୁଟ୨୮-୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଶୁକ୍ରବାର ଦିନ ୮୧ଜଣ ମହିଳାଙ୍କ ସମେତ ୨୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮୨ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୨୭ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ସର୍ବାଧିକ ୫୩ , ସୁନାବେଡା ପୌରାଂଚଳରୁ ୩ ଏବଂ କୋଟପାଡ ଏନଏସିରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକରୁ ୩, ବୈପାରିଗୁଡା ବ୍ଲକରୁ ୬,ବୋରିଗୁମ୍ମା ବ୍ଲକରୁ ୩,ଦଶମନ୍ତପୁର ବ୍ଲକରୁ ୧୧,ଜୟପୁର ବ୍ଲକରୁ ୨୫ ଓ କୋରାପୁଟ ବ୍ଲକରୁ ୧୬ ଜଣ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୧୫,କୁନ୍ଦୁରାରୁ ୧୪,ଲମତାପୁଟ ବ୍ଲକରୁ ୪,ଲକ୍ଷ୍ମୀପୁର ବ୍ଲକରୁ ୭,ନନ୍ଦପୁର ବ୍ଲକରୁ୨,ନାରାୟଣପାଟଣା ବ୍ଲକରୁ ୫,ପଟ୍ଟାଙ୍ଗୀ ବ୍ଲକରୁ ୮ ଏବଂ ସେମିଲିଗୁଡା ବ୍ଲକରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୨୭ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୨ ଲକ୍ଷ ୭୬ ହଜାର ୪୯୪ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ମଇ ୨୮ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୧୮୬୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୪୭୮ ଟି ସକ୍ରୀୟ କେସ ରହିଛି ଓ ୩୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।