Home କୋରାପୁଟ କୋରାପୁଟ ଜିଲ୍ଲାରେ  ୧୬୧ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ  ୧୬୧ଜଣ କରୋନା ପଜିଟିଭ ଚିହ୍ନଟ

40

କୋରାପୁଟ ୦୫-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଶନିବାର ଦିନ  ୫୯ଜଣ ମହିଳାଙ୍କ ସମେତ  ୧୬୧ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୫୮୭୫ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୧୬ ଜଣ  ଚିହ୍ନଟ ହୋଇଥିବାବେଳେ  ଜୟପୁର ପୌରାଂଚଳରୁ ୧୫,ସୁନାବେଡା ପୌରାଂଚଳରୁ ୯ ଏବଂ କୋଟପାଡ ଏନଏସିରୁ  ୭ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକରୁ  ୨,ବୈପାରିଗୁଡା ବ୍ଲକରୁ ୮, ବୋରିଗୁମ୍ମା ବ୍ଲକରୁ ୨୨,ଦଶମନ୍ତପୁର ବ୍ଲକରୁ ୫,ଜୟପୁର ବ୍ଲକରୁ ୧୩  ଓ କୋରାପୁଟ ବ୍ଲକରୁ୧୧ ଜଣ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୧୫,କୁନ୍ଦୁରା ବ୍ଲକରୁ ୮,ଲମତାପୁଟ ବ୍ଲକରୁ ୧୦,ଲକ୍ଷ୍ମୀପୁର ବ୍ଲକରୁ ୫,ନନ୍ଦପୁର ବ୍ଲକରୁ ୨,ନାରାୟଣପାଟଣା ବ୍ଲକରୁ  ୪,ପଟ୍ଟାଙ୍ଗୀ ବ୍ଲକରୁ ୩  ଏବଂ  ସେମିଲିଗୁଡା  ବ୍ଲକରୁ  ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ୍ ୪  ତାରିଖ ସୁଦ୍ଧା ୨ ଲକ୍ଷ  ୯୭  ହଜାର ୩୭୭  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୪ ତାରିଖ ସୁଦ୍ଧା  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୩୭୪୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୦୮୮ଟି ସକ୍ରୀୟ କେଶ୍‌  ରହିଛି ଓ  ୪୨ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.