କୋରାପୁଟ ୦୯-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ବୁଧବାର ଦିନ ୬୦ଜଣ ମହିଳାଙ୍କ ସମେତ ୧୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୪୮୪ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୧୬ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ୨୫,ସୁନାବେଡା ପୌରାଂଚଳରୁ ୩ ଏବଂ କୋଟପାଡ ଏନଏସିରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକରୁ ୨,ବୈପାରିଗୁଡା ବ୍ଲକରୁ ୧୦, ବୋରିଗୁମ୍ମା ବ୍ଲକରୁୁ ୧୪,ଦଶମନ୍ତପୁର ବ୍ଲକରୁ ୨,ଜୟପୁର ବ୍ଲକରୁ ୭ ଓ କୋରାପୁଟ ବ୍ଲକରୁ ୧୨ଜଣ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୯,କୁନ୍ଦୁରାରୁ ୭,ଲମତାପୁଟ ବ୍ଲକରୁ ୧୫,ଲକ୍ଷ୍ମୀପୁର ବ୍ଲକରୁ ୨,ନନ୍ଦପୁର ବ୍ଲକରୁ ୪,ନାରାୟଣପାଟଣା ବ୍ଲକରୁ ୨୮,ପଟ୍ଟାଙ୍ଗୀ ବ୍ଲକରୁ ୩ ଏବଂ ସେମିଲିଗୁଡା ବ୍ଲକରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୮ ତାରିଖ ସୁଦ୍ଧା ୩ ଲକ୍ଷ ୪ ହଜାର ୩୩ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ୍ ୮ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୪୫୯୪ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୮୪୬ଟି ସକ୍ରୀୟ କେସ ରହିଛି ଓ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।